/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642679821.jpg)
How to wear makeup in a traditional look
ବିଭିନ୍ନ ପର୍ବପର୍ବାଣିରେ ସାଧାରଣତଃ ଝିଅ ବୋହୂମାନେ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଆଉ ଏହି ପାରମ୍ପରିକ ପୋଷାକ ସହ ସେହିଭଳି ମେକଅପ୍ ନେବା ଜରୁରୀ ଅଟେ । ପର୍ଫେକ୍ଟ୍ ଲୁକ୍ ପାଇଁ ଆପଣଙ୍କ କିଭଳି ନେବେ ମେକଅପ୍ ଚାଲନ୍ତୁ ଜାଣିବା ।
Advertisment
କେବଳ ଜୁଏଲାରୀ ନୁହେଁ, ମେକ୍ଅପ୍ ମଧ୍ୟ ମ୍ୟାଚ୍ କରିବା ଜରୁରୀ:
- ଆଉଟ୍ଫିଟ୍ ସହ କେବଳ କେବଳ ଜୁଏଲାରୀ ନୁହେଁ, ମେକ୍ଅପ୍ ମଧ୍ୟ ମ୍ୟାଚ୍ କରିବା ଜରୁରୀ ।
- ଯଦି ଆପଣ ଭାରି ଗହଣା ପିନ୍ଧୁଛନ୍ତି ତେବେ ମୁହଁରେ ଗାଢ଼ ମେକ୍ଅପ୍ ଛାଡ଼ି ହାଲ୍କା ମେକ୍ଅପ୍ ହିଁ ନିଅନ୍ତୁ।
- ମନେରଖନ୍ତୁ, ଗୋଲ୍ଡ୍ ଜୁଏଲାରୀ ସହ କେବେ ବି ଗ୍ଲିଟର୍ ମେକ୍ଅପ୍ ନେବେ ନାହିଁ।
kajol and mascra makeup‘ଆଇ ମେକ୍ଅପ୍’ ସବୁଠୁ ଜରୁରୀ:
- ମେକ୍ଅପ୍ରେ ‘ଆଇ ମେକ୍ଅପ୍’ ସବୁଠୁ ଜରୁରୀ ।
- ଦିନରେ ହେଉ ବା ରାତି, ଫଙ୍କ୍ସନ୍ର ଟାଇମିଂ ଅନୁସାରେ ହିଁ ଆଇ ମେକ୍ଅପ୍ କରିବା ଉଚିତ୍।
- ରାତିବେଳା ଫଙ୍କ୍ସନ୍ ପାଇଁ ସ୍ମୋକି ଆଇଜ୍ର ମେକ୍ଅପ୍ ସବୁଠୁ ଆକର୍ଷଣୀୟ।
- ସେହିପରି ଦିନ ପାଇଁ ହାଲ୍କା ଆଇ ମେକ୍ଅପ୍ କରିବା ଭଲ।
- ମନେରଖନ୍ତୁ, କାଜଲ ସହ ଆଇଲାଇନର୍ ଲଗାଇବାକୁ ଯେପରି ନ ଭୁଲନ୍ତି।
Advertisment
ଫିନିସିଙ୍ଗ୍ ଦେଇଥାଏ ମସ୍କାରା:
- ଆଇ ମେକ୍ଅପ୍କୁ ଭଲ ଫିନିସିଙ୍ଗ୍ ଦେଇଥାଏ ମସ୍କାରା।
- ଏହାଦ୍ୱାରା ଆଖିର ପଲକ ଘନ ଓ କଳା ଦେଖାଯାଏ। ଏହାସହ ଆଖିର ସୁନ୍ଦରତା ଆହୁରି ବଢ଼ିଯାଏ।
ଅଲଗା ଅଲଗା ଲିପ୍ଷ୍ଟିକ୍ ଲଗାନ୍ତୁ:
- ପର୍ବପର୍ବାଣୀରେ ସୁନ୍ଦର ଦେଖାଯିବା ପାଇଁ ଡାର୍କ୍ ଓ ବ୍ରାଇଟ୍ ସେଡ୍ର ଅଲଗା ଅଲଗା ଲିପ୍ଷ୍ଟିକ୍ ଲଗାନ୍ତୁ।
- ରେଡ୍, ଫୁସିଆ, ଅରେଞ୍ଜ୍ ଓ ବର୍ଗଣ୍ଡି ପରି କଲର୍ ସବୁ ପ୍ରକାରର ସ୍କିନ୍ ଟୋନ୍କୁ ସୁଟ୍ କରେ।
- ଏଥିସହ ଏସବୁ ସେଡ୍ର ଲିପଷ୍ଟିକ୍ ଗୋଲ୍ଡେନ୍ ହେଉ ବା ସିଲ୍ଭର୍, ସବୁପ୍ରକାର ଆଉଟ୍ଫିଟ୍ ସହ ସହଜରେ ମ୍ୟାଚ୍ ହୋଇଯାଏ।
Apply different lipsticksAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)