Advertisment

ଦିନେ ପ୍ରସୂତି ବିଭାଗର ଡାକ୍ତର ଥିଲେ, ଭୃଣର ଲିଙ୍ଗ ନିରୂପଣକୁ ବିରୋଧ କରି ଏବେ IPS ଅଫିସରେ ହେଲେ...

ନେ ପ୍ରସୂତି ବିଭାଗରେ ଡାକ୍ତରାଣୀ ଥିଲେ। ଭୃଣ ଚିହ୍ନଟକୁ ବିରୋଧ କରି ଡାକ୍ତର ଚାକିରି ଛାଡ଼ି IPS ହେବାର ସ୍ୱପ୍ନ ଦେଖିଲେ। କଠିନ ପରିଶ୍ରମ କରି ଏବେ IPS ଚାକିରି ବି କଲେ... ପୁରୁଣା ସ୍ମୃତିକୁ ମନେ ପକାଇ କୁହନ୍ତି ଝିଅ ହେଲେ ଲୋକଙ୍କ ମନ ଦୁଃଖ ଆଉ ପୁଅ ହେଲେ ଖୁସି, ଏ ଦୃଶ୍ୟ ଦେଖିଲେ ମତେ ଭାରି କଷ୍ଟ ଦିଏ.

author-image
Sarbeswar
Doctor Becomes IPS Officer

Doctor Becomes IPS Officer

ମୁଁ ସ୍ତ୍ରୀ ରୋଗ ବିଭାଗରେ ଡାକ୍ତର ଥିଲି...ସକାଳୁ ସକାଳୁ ଅଫିସ୍‌ରେ ପହଞ୍ଚେ କିଛି ନୂଆ ଆଶା ନେଇ। କାରଣ ମୁଁ ଜାଣିଥାଏ ପ୍ରତ୍ୟେକଦିନ କେହି ନା କେହି ପ୍ରସୂତି ମେଡ଼ିକାଲକୁ ଆସିବେ। ନିଜର ଗର୍ଭରେ ବଢୁଥିବା ଶିଶୁର ଚିକିତ୍ସା କରିବେ। କିନ୍ତୁ ମତେ ଯେତେବେଳେ ପେଟରେ ଥିବା ଭୃଣର ଲିଙ୍ଗ ପଚରାଯାଏ ମତେ ବହୁତ କଷ୍ଟ ଦିଏ...ଲାଗେ ସମାଜରେ କଣ କେବଳ ପୁଅଙ୍କର ଆବଶ୍ୟକତା ରହିଛି? କାହିଁକି ଝିଅମାନଙ୍କୁ ଆଜିକା ସମାଜ ଘୃଣା କରୁଛନ୍ତି? ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଙ୍କି ମାରେ। ଶେଷରେ ମୁଁ ନିଷ୍ପତ୍ତି ନେଲି, ଡାକ୍ତର ଚାକିରି ଛାଡି IPS ହେବି...କିଛି ଏମିତି କହି ନିଜର ଡାକ୍ତରୀ ଚାକିରି ଛାଡ଼ି ଆଇପିଏସ୍‌ ହୋଇଛନ୍ତି ଜଣେ ମହିଳା।

Advertisment

ହୁଏତ ଆପଣମାନଙ୍କ ମଧ୍ୟରୁ ପୁଅ-ଝିଅ ମଧ୍ୟରେ ପାର୍ଥକ୍ୟ ଅନେକ ଦେଖୁନଥିବେ। କିନ୍ତୁ ଆଜିବି ସମାଜରେ ଏହି ହୀନ ଚିନ୍ତାଧାରା ରହିଛି। ପୁଅ ଟିଏ ଘରେ ଜନ୍ମ ହେଲେ ଯେଉଁ ଖୁସି ଦେଖାଯାଉଛି ଝିଅ କ୍ଷେତ୍ରରେ ତାହା ଦେଖାଯାଉନି। ଏହି ହୀନ ପ୍ରୟାସକୁ ମନରୁ ଦୂରେଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ବିଜ୍ଞାପନ କରୁଛନ୍ତି ହେଲେ କୌଣସି ଲାଭ ନାହିଁ। କାହିଁକି ନା ପ୍ରତ୍ୟେକ ଦିନ ଭୃଣ ହତ୍ୟାର ଖବର ଗଣମାଧ୍ୟମରେ ସିରୋନାମା ପାଲୁଟୁଛି। ଆଉ ଏମିତଇ ଘଟଣାକୁ ହଜମ ନକରିପାରି ଜଣେ ପ୍ରସୂତି ବିଭାଗରେ କାର୍ଯ୍ୟରତ ମହିଳା ଡାକ୍ତର ଏବେ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଆଇପିଏସ୍‌ ଅଫିସର ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ମିର୍ଜାପୁରର ଆରତି ସିଂହ। ଯାହାଙ୍କୁ ନେଇ ଏବେ ସାରା ଦେଶରେ ଏବେ ଚର୍ଚ୍ଚା ଚାଲିଛି। ଇନ୍‌ଷ୍ଟିଟ୍ୟୁଟ୍ ଅଫ ମେଡିକାଲ୍‌ ସାଇନ୍ସ ବିଏଚ୍‌ୟୁରେ ସ୍ତ୍ରୀ ରୋଗ ବିଭାଗରେ କାମ କରୁଥିଲେ ଆରତି। ପ୍ରତିଦିନ ସେ ପ୍ରସୂତୀ ମାନଙ୍କର ଚିକିତ୍ସା କରୁଥିଲେ। ଆଉ ଚିକିତ୍ସା ଚାଲୁଥିବା ମଧ୍ୟରେ ହିଁ ଅନେକ ଲୋକ ପୁଅ ନା ଝିଅ ଅଛି ତାଙ୍କୁ ପଚାରନ୍ତି ଯାହା ତାଙ୍କୁ ଅନେକ ମାତ୍ରାରେ କଷ୍ଟ ଦିଏ।

ଆରତୀ କହିଛନ୍ତି, ମୁଁ ସବୁବେଳେ ଚିନ୍ତା କରେ କି ଗୋଟିଏ ନାରୀ ହିଁ ସନ୍ତାନ ଜନ୍ମ କରୁଛି କିନ୍ତୁ ଝିଅ ଜନ୍ମ ହେଲେ ଆମେ କାହିଁକି ଦୁଃଖ କରିବା? ଏ ପ୍ରଶ୍ନ ଅନେକ ସମୟରେ ମୋ ମନରେ ଉଙ୍କିମାରେ...ହେଲେ ଏହାର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ପାଇନି। ସ୍ଥିତି ଏମିତି ହୋଇଛି କି, କନ୍ୟା ସନ୍ତାନଟେ ଜନ୍ମ ହେଇଛି କହିବା ପରେ ଅନେକଙ୍କର ଚେହେରାରର ରଙ୍ଗ ବଦଳି ଯାଏ। ଝିଅ ଜନ୍ମ ହେବାକୁ ନେଇ ଖୁବ୍‌ କମ୍‌ ପରିବାର ଖୁସି ହେଉଥିଲେ। ଆଉ ଲୋକଙ୍କର ଏଭଳି ପ୍ରତିକ୍ରିୟା ଆରତିଙ୍କୁ ଏକ ଗଭୀର ଚିନ୍ତାରେ ଛାଡିଦେଉଥିଲେ। ଏହାପରେ ଆରତି ଡାକ୍ତରୀ ଚାକିରି ଛାଡି ଆଇପିଏସ୍‌ ହେବାର ନିଷ୍ପତ୍ତି ନେଲେ। ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେ।

Advertisment

ଆଉ ଶେଷରେ ନିଜର ସ୍ୱପ୍ନରେ ସଫଳ ହେଲେ। ସୂଚନା ଅନୁସାରେ, ୨୦୦୪ରେ ଆରତୀ ୟୁପିଏସ୍‌ସି ପ୍ରସ୍ତୁତି ଆରମ୍ଭ କଲେ ଏବଂ ୨୦୦୬ରେ ସେ ସଫଳ ହେଲେ। ମହାରାଷ୍ଟ୍ରରେ ନକ୍ସଲ ଦମନ କ୍ଷେତ୍ରରେ ସେ ବେଶ୍‌ ସଫଳତା ପାଇଛନ୍ତି। ଆରତୀଙ୍କ କାମକୁ ସାରା ଦେଶରେ ପ୍ରଶଂସା କରାଯାଇଥିବା ବେଳେ ତାଙ୍କୁ ଅନେକ ଆୱାର୍ଡ଼ ବି ମିଳିଛି। କୁହାଯାଉଛି କି ଆରତୀ ଏବେ ଲିଙ୍ଗ ନିରୂପଣ କରୁଥିବା କରୁଥିବା ଡାକ୍ତର ଓ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କିନ୍ତୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Disturbed By Sex Determination
Advertisment
Advertisment