Advertisment

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ବିଲୟ ହୋଇଛି। ଗତ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Amar Jawan Jyoti Merged With national War Memorial

Amar Jawan Jyoti Flame Merged With War Memorial

ଇଣ୍ଡିଆ ଗେଟ୍‌ରୁ ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ବିଲୟ ହୋଇଛି। ଗତ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳୁଥିଲା। ମଶାଲ ବାହକଙ୍କ ଦ୍ୱାରା ଏହି ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ନିଆଯାଇଥିଲା। ଏହାପରେ ସେଠାରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

Advertisment

୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଅମର ଯବାନ ଜ୍ୟୋତି ଜଳି ଆସୁଥିଲା।ଏହାପରେ ୨୦୧୯ ମସିହା ଫେବୃଆରୀ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି National War Memorial ର ଉଦ୍‌ଘାଟନ କରିଥିଲେ। ଇଣ୍ଡିଆ ଗେଟ୍‌ ନିକଟରେ ଏହାକୁ ନିର୍ମାଣ କରାଯାଇଥିଲା।

ଅମର ଯବାନ ଜ୍ୟୋତି ଲିଭିବନି ବରଂ ଏହା ବିଲୟ ହୋଇ ଦେଶ ସ୍ୱାଧୀନ ପରର ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା।

Advertisment

ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ବିଲୟକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଛି ପାରନ୍ତିନି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କଟାକ୍ଷ କରି କହିଥିଲେ।ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଜାତୀୟ ସ୍ମାରକରେ ଏହାକୁ ବିଲୟ କରିବା ଅର୍ଥ ହେଉଛି ଇତିହାସକୁ ପୁଣି ଲେଖିବା। କୋଟି କୋଟି ଭାରତୀୟଙ୍କ ହୃଦୟରେ ଏହା ରହିଛି ବୋଲି କଂଗ୍ରେସ କହିଥିଲା।

New Delhi India Gate Amar Jawan Jyoti National War Memorial
Advertisment
Advertisment