• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବ୍ଲକ୍‌ ହେଲା ୩୫ ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ । ୩୫ Youtube ଚ୍ୟାନେଲ୍ ବ୍ଲକ୍ କଲେ କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ ୩୫ ୟୁଟ୍ୟୁବ୍‌ ସହ ୨ଟି ଟୁଇଟର, ୨ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବ୍ଲକ୍ କରାଯାଇଛି । ସେହିଭଳି ୨ଟି ୱେବସାଇଟ୍ ଏବଂ ଗୋଟିଏ ଫେସ୍‌ବୁକ୍ ଆକାଉଣ୍ଟ ମଧ୍ୟ ବ୍ଲକ୍ କରାଯାଇଛି ।

ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟଙ୍କ ସୂଚନା ।

ଖାଲି ଫେକ୍ ନ୍ୟୁଜ୍ କି ଫେକ୍ ଭିଡିଓ ନୁହେଁ । ଚାଲିଥିଲା ଭାରତ-ବିରୋଧୀ ଅପପ୍ରଚାର । ୱେବ୍‌ସାଇଟ୍ ଓ ୟୁଟ୍ୟୁବ୍‌କୁ ଅସ୍ତ୍ର କରି ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ପାଇଁ କରାଯାଉଥିଲା ହୀନ ଉଦ୍ୟମ । ୟୁଟ୍ୟୁବ୍‌ ଚ୍ୟାନେଲ୍ ଗୁଡ଼ିକ ପାକିସ୍ତାନରୁ ଚାଲିଥିଲା ।

ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି । ଏଭଳି ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଏହି ସବୁ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାହାଯ୍ୟ ଯୋଗାଉଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ । ପୂର୍ବରୁ ଏଭଳି ୨୦ଟି ୟୁଟ୍ୟୁବ୍‌ ଚ୍ୟାନେଲ୍ ଓ ୨ଟି ୱେବ୍‌ସାଇଟ୍‌କୁ ବ୍ଲକ୍ କରିଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍‌ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ବ୍ୟାନ୍ କରାଯାଇଛି । ଏହା ଦେଶର ଅଖଣ୍ଡତା ଓ ଜାତୀୟ ସୁରକ୍ଷା ପ୍ରତି ଆଞ୍ଚ୍‌ ଆଣୁଥିବା ଦର୍ଶାଯାଇଛି । ପୂର୍ବରୁ ବ୍ଲକ୍‌ ହୋଇଥିବା ଅଧିକାଂଶ ୟୁଟ୍ୟୁବ୍‌ ISI ସହଯୋଗରେ ଚାଲିଥିବା ନୟା ପାକିସ୍ତାନ ଗ୍ରୁପ୍ ଦ୍ୱାରା ଚାଲିଥିଲା ।