• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିବ ୧୯୫୪ ଆଇଏଏସ କ୍ୟାଡର ରୁଲ୍ । ଆଇଏଏସ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ଆବଶ୍ୟକ ହେବ ନାହିଁ ରାଜ୍ୟମାନଙ୍କ ଅନୁମତି । ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସରମାନେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି ।

ପ୍ରଶାସନିକ ଆବଶ୍ୟକ ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ରାଜ୍ୟମାନେ ଏହା ନିର୍ଦ୍ଧାରଣ କରିଥାଆନ୍ତି । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାଡର୍‌ ରୁଲ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି । ଏଥିଲାଗି ପର୍ସୋନେଲ ଓ ଟ୍ରେନିଂ ଡିପାର୍ଟମେଣ୍ଟ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି ଲଖି ମତାମତ ମଗାଯାଇଛି ।

ପ୍ରଚଳିତ ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ ତାକୁ ନେଇ ବିବାଦ ହେଲେ ଶେଷରେ କେନ୍ଦ୍ରର କଥା ହିଁ ରହୁଥିଲା । ମାତ୍ର ଅଫିସରକୁ ରିଲିଜ୍ କରିବା ଲାଗି ରାଜ୍ୟମାନେ ସମୟ ନେଉଥିଲେ । ତେବେ ପ୍ରସ୍ତାବିତ ନିୟମ ଅନୁସାରେ ସଂପୃକ୍ତ ଅଫିସରଙ୍କ ସଂପର୍କରେ କେନ୍ଦ୍ରୀୟ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହିଁ ସେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ବାଧ୍ୟ ହେବେ ।

ପ୍ରସ୍ତାବିତ କ୍ୟାଡର ନିୟମ ପରିବର୍ତ୍ତନକୁ ପଶ୍ଚିମବଙ୍ଗ ସମେତ ଅନ୍ୟ ଅଣବିଜେପି ଶାସିତ ରାଜ୍ୟ ଜୋରଦାର ବିରୋଧ କରୁଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଏହା କେନ୍ଦ୍ରର ଆଉ ଏକ ମସୁଧା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।