Advertisment

BSFରେ ଖାଲିପଡିଛି ୨୭୮୮ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତ କରନ୍ତୁ ଆବେଦନ ।

author-image
Pallipuspa Samal
ଅଦ୍ୟତନ ହୋଇଛି
BSF recruitment

BSF recruitment

BSF ନିଯୁକ୍ତି: ବର୍ଡର ସିକ୍ୟୁରିଟି ଫୋର୍ସ (BSF) ସୀମା ସୁରକ୍ଷା ବଳ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ । ଏହା ସହିତ ଆଇଟିଆଇ ପ୍ରମାଣପତ୍ର ଥିବା ମଧ୍ୟ ଜରୁରୀ।

Advertisment

ବର୍ଡର ସିକ୍ୟୁରିଟି ଫୋର୍ସ (BSF)ରେ ମୋଟ୍ ୨,୭୮୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁରୁଷଙ୍କ ପାଇଁ ୨୬୫୧ଟି ପଦବୀ,ମହିଳାଙ୍କ ପାଇଁ ୧୩୭ଟି ପଦବୀ ରହିଛି । ଆବେଦନ କରିବା ପାଇଁ ତାରିଖ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ମାର୍ଚ୍ଚ ୧ ତାରିଖ ୨୦୨୨ରେ ହେବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ ଅଟେ । ଏହାଛଡା ଭୋକେସନାଲ ଇନଷ୍ଟୁଚ୍ୟୁଟ୍‌ରୁ ଆଇଟିଆଇ ପାସ୍‌ ସହିତ ୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ।

Advertisment

କିପରି କରିବେ ଆବେଦନ:

  • ପ୍ରଥମେ ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ ବିଏସଏଫର ଅଫିସିଆଲ ୱେବସାଇଟ୍‌rectt.bsf.gov.in ଯାଆନ୍ତୁ।
  • ୱେବସାଇଟ୍‌ ହୋମ ପେଜରେ current recruitment openings ଲିଙ୍କକୁ ଯାଆନ୍ତୁ।
  • ଏହାପରେBSF Constable Tradesman Recruitment 2022 Online Form ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ଏଠାରେ ଆପ୍ଲାଏ ବା ଆବେଦନ ଅପସନକୁ ଯାଆନ୍ତୁ।
  • ନିଜର ସବୁ ବିବରଣୀ ବା ନିଜର ବାୟୋଡାଟା ଫର୍ମ ପୁରଣ କରି ସବମିଟ୍ କରନ୍ତୁ।
  • ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ପୁରଣ କରନ୍ତୁ।
BSF Recruitment
Advertisment
Advertisment