Advertisment

କରୋନା କାଳରେ ବାହାଘର ଭାଙ୍ଗିଗଲେ ମିଳିବ ୧୦ ଲକ୍ଷ ଟଙ୍କା !

କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ

author-image
Sarbeswar
Corona

Corona

ଦେଶକୁ ଘାଇଲା କଲାଣି କରୋନା। ପୂର୍ବବର୍ଷ ଡେଲଟା ପରେ ପୁଣି ଏଥର ଓମିକ୍ରନ ସମସ୍ତଙ୍କ ଚିନ୍ତା ବିନ୍ଧାର କାରଣ ପାଲଟିଛି। ମାତ୍ର ୬ ମାସରେ କରୋନାର ନୂଆ ନୂଆ ଭ୍ୟାରିଆଣ୍ଟ ଭୟଙ୍କର ମାତ୍ରାରେ ମାଡ଼ୁଛି। ବାରମ୍ବାର ମହମାରୀ କାୟା ବିସ୍ତାର କରୁଥିବା କାରଣରୁ ଏକତ୍ରୀତ ହେବା, ବିବାହ, ବ୍ରତ ଓ ଅନେକ ଶୋଭାଯାତ୍ରା ଉପରେ ସରକାର କଟକଣା ଲଗାଇଛନ୍ତି। ସ୍ଥିତି ଦେଖି ପ୍ରଶାସନ କଂଟେନମେଂଟ୍‌ ଜୋନ ମଧ୍ୟ ଘୋଷଣା କରୁଛି। ଏହାସହ ନାଇଟ୍‌ କର୍ଫ୍ୟୁ ଆଜି ନିୟମ ଲାଗୁ କରାଯାଉଛି। ଆଉ ଯେଉଁମାନେ କଟକଣା ପୂର୍ବରୁ ନିଜ ବିବାହ ଭଳି ଉତ୍ସବର ଡେଟ୍‌ ଫିକ୍ସ କରିଥିଲେ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। କାରଣ ସେମାନେ ନିଜର ବିବାହ ପାଇଁ ଦେଇସାରିଥିବା ଆଡଭାନ୍ସ ଟଙ୍କା ଆଉ ଫେରି ପାଇବାର କୌଣସି ସମ୍ଭାବନା ନାହିଁ। ଯାହାକୁ ନେଇ ସେମାନେ ଏବେ ଚିନ୍ତାରେ ଅଛନ୍ତି।

Advertisment

ତେବେ ଏବେ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଯଦି କରୋନା କିମ୍ବା ଅନ୍ୟ କିଛି କାରଣ ନେଇ ବିବାହ ଭାଙ୍ଗିଯାଏ ବା ସ୍ଥଗିତ କରିବାକୁ ପଡେ ତାହେଲେ ଖର୍ଚ୍ଚ ହୋଇଥିବା ଟଙ୍କା ଆପଣଙ୍କୁ ମିଳିଯିବ, ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ଏହି ଟଙ୍କା ଯେମିତି ଲୋକଙ୍କୁ ଦିଆଯିବ ସେନେଇ ଅନେକ ବ୍ୟାଙ୍କ ଓ ବୀମା କମ୍ପାନୀମାନେ ସ୍ୱତନ୍ତ୍ର ବୀମା କରିଛନ୍ତି। ଯାହାଦ୍ୱାରା ଆପଣ ଲାଭବାନ ହେବେ। ଆଇସିଆଇସିଆଇ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲ, ଏଚଡିଏଫସି ଅର୍ଗୋ, ବଜାଜ ଆଲିଆନ୍ସ ପକ୍ଷରୁ ହୋଇଥିବା ମ୍ୟାରେଜ୍ ଇନସ୍ୟୁରାନ୍ସରେ ଆପଣଙ୍କୁ ମିଳିପାରିବ ୧୦ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ । କିନ୍ତୁ ଏହାପୂର୍ବରୁ ଆପଣଙ୍କୁ ମାସକୁ ୭ ହଜାର ଟଙ୍କା ପ୍ରିମିୟମ୍ ଦେବାକୁ ପଡିବ।

ଯଦି ଆପଣ ଏହି ଟଙ୍କା ଦେଇଥିବେ ତେବେ ଆପଣଙ୍କୁ କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିବା ଟଙ୍କାର ଲସ୍‌ କରିବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆପଣଙ୍କୁ ମିଳିବ ଟଙ୍କା...

Advertisment

ବିବାହ ପାଇଁ ସାଜସଜ୍ଜା ବାବଦରେ ଟଙ୍କା ଫେରିପାଇବେ... ଖାଇବା ଲାଗି ଦେଇଥିବା ଅଗ୍ରୀମ ଟଙ୍କାର ଫେରସ୍ତ ହୋଇପାରେ ବୁକ୍ ହୋଇଥିବା ହୋଟେଲ ବାବଦରେ ଦିଆଯାଇଥିବା ଟଙ୍କାର ଫେରସ୍ତ ହୋଇପାରେ ଗାଡ଼ି ବୁକିଂ ଲାଗି ଟ୍ରାଭେଲ ଏଜେନ୍ସିକୁ ଦିଆଯାଇଥିବା ଟଙ୍କା ବିବାହ କାର୍ଡ଼ ପାଇଁ ଦିଆଯାଇଥିବା ଟଙ୍କା ଆଦି ଆପଣ ପାଇପାରନ୍ତି...

କେମିତି ପାଇବେ ଟଙ୍କା?

ଯଦି ଆପଣ କରୋନା ସମୟରେ ଏହି ସବୁ କାମରେ ଟଙ୍କା ବିନିଯୋଗ କରିଛନ୍ତି ତେବେ ଆପଣଙ୍କୁ ବୀମା କରିଥିବା କମ୍ପାନୀଙ୍କୁ ରିପୋର୍ଟ ଦେବାକୁ ପଡ଼ିବ। ଏବଂ କେଉଁ ବାବଦରେ କେତେ ଟଙ୍କା କାହାକୁ ଦେଇଛନ୍ତି ତାହା ଉଲ୍ଲେଖ କରିବାକୁ ପଡ଼ିବ। ଯେଉଁ ଦିନ ନିଜର ବିବାହ ସ୍ଥଗିତ ହେଲା ସଙ୍ଗେ ସଙ୍ଗେ ବୀମା କମ୍ପାନୀକୁ ସୂଚନା ଦେବାକୁ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣପତ୍ର ସହ ବୀମା କମ୍ପାନୀରେ ଦାଖଲ କଲେ ଆପଣଙ୍କୁ କମ୍ପାନୀ ଟଙ୍କା ଦେବ ବୋଲି କୁହାଯାଉଛି। ଏହାସହ ଯଦି ଆପଣଙ୍କୁ ଟଙ୍କା ଦେବାରେ କମ୍ପାନୀ ଅମଙ୍ଗ ହୁଏ ତେବେ ଆପଣ କୋର୍ଟର ଆଶ୍ରୟ ନେଇପାରିବେ ବୋଲି କୁହାଯାଇଛି।

Coronavirus Marriage
Advertisment
Advertisment