ଚମ୍ପାଇ: ମିଜୋରାମର ଚମ୍ପାଇ ନିକଟରେ ଆଜି ଅପରାହ୍ଣରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ମିଜୋରାମ, ମଣିପୁର, ଆସାମ ଓ ଉତ୍ତର ବଙ୍ଗରେ ମଧ୍ୟ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ୬୦ କି.ମି. ଗଭୀରତାରେ ଅପରାହ୍ଣ ୩ଟା ୪୨ ମିନିଟ୍ରେ ଏହି ଭୂକମ୍ପ ହୋଇଥିଲା।
ଭାରତ-ମିଆଁମାର ସୀମାବର୍ତ୍ତୀ ଚମ୍ପାଇର ଦକ୍ଷିଣ-ପୂର୍ବରେ ୫୮ କି.ମି. ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଖବର ଲେଖାଯିବା ସୁଦ୍ଧା, କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି।
Earthquake of Magnitude:5.6, Occurred on 21-01-2022, 15:42:32 IST, Lat: 23.10 & Long: 93.75, Depth: 60 Km ,Location: 58km SE of Champhai, Mizoram, India for more information download the BhooKamp App https://t.co/niF40sf9br pic.twitter.com/iW1ANloeg5
— National Center for Seismology (@NCS_Earthquake) January 21, 2022
ଗତବର୍ଷ ଡିସେମ୍ବରରେ ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ(USGS) ଅନୁସାରେ, ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଥିଲା। ଭୂକମ୍ପ ଝଟ୍କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିଲା। ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, Maumere ସହରର ଉତ୍ତର ଦିଗରୁ ୧୦୦ କି.ମି. ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଥିଲା।