Advertisment

ଏହି ଆପ୍‌ରେ ଗ୍ୟାସ୍‌ ବୁକ୍‌ କଲେ ମିଳିବ ୫୦ ଟଙ୍କା କ୍ୟାସବ୍ୟାକ୍‌

ଆପଣ ଯଦି ଏମିତି ଭାବରେ ଗ୍ୟାସ୍‌ ବୁକିଂ କରିବେ ତେବେ ଆପଣ ୫୦ ଟଙ୍କା ଶସ୍ତାରେ ଗ୍ୟାସ୍‌ ପାଇପାରିବେ...

author-image
Sarbeswar
undefined

LPG Gas Cylinder

ଗ୍ୟାସ ଦର ବୃଦ୍ଧିକୁ ନେଇ ଆମେ ସମସ୍ତେ ଚିନ୍ତାରେ ଅଛନ୍ତି। କିନ୍ତୁ ଯଦି ଆପଣ ଏକ ନିର୍ଦ୍ଧିଷ୍ଟ ଆପ୍‌ରେ ଗ୍ୟାସ ସିଲିଣ୍ଡର ବୁକିଂ କରନ୍ତି ତେବେ ଆପଣଙ୍କୁ ବର୍ତ୍ତମାନ ନିର୍ଦ୍ଧାରିତ ଦରର ୫୦ ଟଙ୍କା କମରେ ଗ୍ୟାସ ମିଳିବ ବୋଲି ଜଣାପଡ଼ିଛି। ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କରୋନା କାଳରେ ଏବେ ଅନେକ ସାମଗ୍ରୀର ଦାମ୍‌ ବଢିଛି ଆଉ ଏହାରି ମଧ୍ୟରେ ଗ୍ୟାସ ଦର ଶସ୍ତା ହୋଇଥିବା କଥା ଜାଣିବା ପରେ ସମସ୍ତେ ଖୁସି ହୋଇଛନ୍ତି। ‌

Advertisment

ଏଠାରେ ସ୍ପଷ୍ଟ କରୁଛୁ କି, ପକେଟ୍ ଆପ୍ ଶସ୍ତା ଅଫର ଆଣିଛି। ଡିଜିଟାଲ୍ ପେମେଣ୍ଟକୁ ସହଜ କରୁଥିବା ଏହି ଆପରେ ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବୁକିଂ କରନ୍ତି ତେବେ କ୍ୟାସବ୍ୟାକ୍ ଅଫର୍ ପାଇ ପାରିବେ, ଯାହାଦ୍ୱାରା ପ୍ରତି ସିଲିଣ୍ଡରରେ ଆପଣ ପାଖାପାଖି ୫୦ ଟଙ୍କା ବଂଚାଇପାରିବେ। ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେଉଥିବା ପକେଟ୍ ଆପ୍ ମାଧ୍ୟମରେ ଏଲପିଜି ଗ୍ୟାସ୍ ବୁକ୍ କରୁଛନ୍ତି, ତେବେ ଆପଣଙ୍କୁ ୧୦ପ୍ରତିଶତ କ୍ୟାସବ୍ୟାକ୍ ମିଳିବ ବୋଲି କୁହାଯାଇଛି। ଏହାର ଅର୍ଥ ଆପଣ ପାଖାପଖି ୫୦ ଟଙ୍କାର ଲାଭ ପାଇପାରିବେ।

ତେବେ ଆସନ୍ତୁ ଜାଣିବା କେମିତି କମ୍‌ ଟଙ୍କାରେ କିଣିବେ ଗ୍ୟାସ୍‌?

ଯଦି ଆପଣ କମ୍‌ ଟଙ୍କାରେ ଗ୍ୟାସ କିଣିବା ପାଇଁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଆପଣ ପକେଟ୍ ୱାଲେଟ୍ ଆପ୍ ଡାଉନଲୋଡ୍ କରନ୍ତୁ।

Advertisment

ଏହା ପରେ ସେଠାରେ ଦିଆଯାଇଥିବା ଅପସନ୍‌କୁ ଯାଇ ଗ୍ୟାସ ବୁକିଂ କରନ୍ତୁ

ବୁକିଂ କରିବା ପରେ ପେମେଣ୍ଟକୁ ଯାଇ ରିଚାର୍ଜ ଏବଂ ପେ ବିଲରେ ଥିବା ପେ ବିଲ୍ ଉପରେ କ୍ଲିକ୍ କରନ୍ତୁ।

ପରେ ମୋର୍ ଅପସନ୍‌ ଉପରେ କ୍ଲିକ କରିବା ପରେ ଆପଣ ଏଲପିଜି ପାଖରେ ସର୍ଭିସ ପ୍ରୋଭାଇଡର ଉପରେ କ୍ଲିକ କରନ୍ତୁ...

ଏହା ପରେ ଆପଣଙ୍କର ମୋବାଇଲ୍ ନମ୍ବର ଦେଇ ବୁକିଂ କରିପାରିବେ।

ବୁକିଂ ହେବା ପରେ ଆପଣଙ୍କୁ ରିୱାର୍ଡ ଆକାରରେ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଆସିବ।

ସେ ଯାହାବି ହେଉ, ଆଜିକା ମହରଗ ଯୁଗରେ ସିଲିଣ୍ଡର ପିଛା ୫୦ ଟଙ୍କା ଶସ୍ତାର ଖବର ମିଳିବା ପରେ ଖାଉଟି ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି।

Gas Cylinder
Advertisment
Advertisment