/odishatv-khabar/media/post_attachments/uploadimage/library/16_9/16_9_0/Ind_VS_Pak_1642748235.jpeg)
Ind VS Pak
ନୂଆଦିଲ୍ଲୀ: ୨୦୨୨ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। ପୁଣି ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ ହେବ। ଭାରତର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରେ ଭାରତ- ପାକିସ୍ତାନ ଟି-୨୦ ମୁକାବିଲା ହେବ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଭାରତ, ପାକିସ୍ତାନ ସହ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି।
Australia lights up with the ICC Men's @T20WorldCup fixture announcement🎆 pic.twitter.com/4YAMEDrvS5
— ICC (@ICC) January 21, 2022
ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ୱକପ୍ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୬ଟି ଟିମ୍ ଭାଗ ନେବେ। ଗ୍ରୁପ୍ ୧ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସ୍ଥାନ ପାଇଛନ୍ତି। ଗ୍ରୁପ୍ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ରହିଛନ୍ତି। ବିଶ୍ୱକପରେ ଖେଳିବାକୁ ଥିବା ଅନ୍ୟ ଦେଶ ଗୁଡିକ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)