Advertisment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଅକ୍ଷର ପଟେଲ୍

ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ତର ଅକ୍ଷର ପଟେଲ । ଗତକାଲି ଅକ୍ଷର ୨୮ ବର୍ଷରେ ପାଦ ଥାପିଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଆଉ ଏକ ଖୁସି ଖବର ଦେଇଛନ୍ତି । ନିଜ ପ୍ରେମିକା ମେହାଙ୍କ ସହିତ ନିର୍ବନ୍ଧ କରି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅକ୍ଷର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
 Axar Patel Engagement

Axar Patel Engagement

ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଅକ୍ଷର ପଟେଲ । ନିଜ ୨୮ତମ ଜନ୍ମଦିନ ଅବସରରେ ସେ ତାଙ୍କ ପ୍ରେମିକା ମେହାଙ୍କ ସହ ନିର୍ବନ୍ଧ ସଂପନ୍ନ କରିଛନ୍ତି । ମେହା ବୃତ୍ତିରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ। ଅକ୍ଷର ଓ ମେହା ବହୁଦିନ ଧରି ପ୍ରେମବନ୍ଧନରେ ବାନ୍ଧି ହୋଇଥିବା ବେଳେ ଅକ୍ଷର ଏହାକୁ ବିବାହର ରୂପ ଦେଇଛନ୍ତି ।

Advertisment

ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ତର ଅକ୍ଷର ପଟେଲ । ଗତକାଲି ଅକ୍ଷର ୨୮ ବର୍ଷରେ ପାଦ ଥାପିଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଆଉ ଏକ ଖୁସି ଖବର ଦେଇଛନ୍ତି । ନିଜ ପ୍ରେମିକା ମେହା ସହିତ ନିର୍ବନ୍ଧ କରି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅକ୍ଷର । ଏନେଇ ମେହା ମଧ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ଫଟୋ ସେୟାର କରିଛନ୍ତି । ତେବେ ଏହି ଫଟୋକୁ ନେଇ ବେସ ଚର୍ଚ୍ଚା ଚାଲିଛି । ଏହି ଫଟୋରେ ଦୁହେଁ କେକ୍ କାଟୁଥିବାର ଦେଖିବାକୁ ମିଳିଛି । ମେହା ନିଜ ପୋଷ୍ଟର ଶେଷରେ ଲେଖିଛନ୍ତି ଯେ, ‘ଅପେକ୍ଷାର ଅନ୍ତ ଘଟିଛି’ ।

ସେହିପରି ଅନ୍ୟ ଏକ ପୋଷ୍ଟରେ ମଧ୍ୟ ମେହା ଓ ଅକ୍ଷରଙ୍କ ନିର୍ବନ୍ଧ ବେଳର ଏକାଧିକ ଫଟୋ ରହିଛି। ଏଥିରୁ ଗୋଟିଏରେ ସେମାନେ ପିନ୍ଧିଥିବା ମୁଦି ଦେଖାଉଥିବାର ଦେଖିବାକୁ ମିଳିଛି । ଏଥିରେ ଅକ୍ଷରଙ୍କ ଉଦ୍ଦେଶ୍ୟରେ ମେହା ଲେଖିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ମୁଁ ତୁମକୁ ଭଲ ପାଇବି। ଏହା ସହିତ ସେ ଏଥିରେ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି। ଅକ୍ଷର ପଟେଲ ବି ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ଫଟୋ ସେୟାର କରିଥିବାର ଦେଖିବାକୁ ମିଳିଛି ।

Advertisment

୨୦୧୪ ମସିହାରେ ଅକ୍ଷର ପଟେଲ ଭାରତୀୟ ଦିନିକିଆ ଟିମ୍‌ରେ ସ୍ଥାନ ପାଇଥିଲେ। ବାଂଲାଦେଶ ବିରୋଧରେ ସେ ଖେଳିଥିଲେ ଡେବ୍ୟୁ ମ୍ୟାଚ୍‌। ୨୦୧୫ରେ ସେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ। ସେହିପରି ୨୦୨୧ରେ ସେ ଟେଷ୍ଟ୍ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଖେଳିଥିଲେ ଡେବ୍ୟୁ ଟେଷ୍ଟ ମ୍ୟାଚ୍‌। ୫ଟି ଟେଷ୍ଟରୁ ସେ ୩୬ଟି ୱିକେଟ୍ ନେଇଛନ୍ତି।

Cricket Axar Patel Engagement
Advertisment
Advertisment