• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଭାରତରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୮୪କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍ କେସ୍‌ ୨୧,୧୩,୩୬୫ ରହିଥିବାବେଳେ ସୁସ୍ଥ ହେଲେଣି ୨,୪୨,୬୭୬ ।

ସେହିପରି ଆଜି ରାଜ୍ୟରେ ୮ ହଜାର ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୧୨୮, ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୦୦୧, କଟକରୁ ୬୨୮, ଷ୍ଟେଟ୍‌ପୁଲ୍ ୫୦୭, ବାଲେଶ୍ୱରରୁ ୨୯୦, କଳାହାଣ୍ଡିରୁ ୨୩୯, ବଲାଙ୍ଗିରରୁ ୨୩୨ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ କୋଭିଡ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଚାଲିଛି। ସେର୍ଭେଲାନ୍ସ ସହ ରାଜ୍ୟରେ ଟେଷ୍ଟିଂ ଭଲ ଅଛି। ଏବେ କୋଭିଡ ସଂକ୍ରମଣ ତଳମୁହାଁ ହେଉଛି, ଆହୁରି ୪ରୁ ୫ ଦିନ ସଂକ୍ରମଣ ସଂଖ୍ୟା ଉପରେ ନଜର ରଖିବାକୁ ପଡ଼ିବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା।ଏହାସହ ଯାହାରବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାଇନେବା ଲାଗି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।