/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642832360.jpg)
Vaccination
ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସେମାନଙ୍କୁ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି।
ପ୍ରିକସନ୍ ଡୋଜ୍ ପାଇଁ ବି ମଧ୍ୟ ସମାନ ନିୟମ ଲାଗୁ ହେବ। ଅର୍ଥାତ୍ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସମ୍ପୃକ୍ତ ବ୍ୟକ୍ତି ପ୍ରିକସନ୍ ଡୋଜ୍ ନେଇପାରିବେ। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।
ଅନ୍ୟପକ୍ଷେ, ଗତ କିଛିଦିନ ହେଲା ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ଚିହ୍ନଟ ହେଉଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାର ୭୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିଠାରୁ ୯ ହଜାର ୫୫୦ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ଉପରେ ରହିଛି। ଦୈନିକ ପଜିଟିଭିଟି ହାର ୧୭.୨୨% ରହିଛି।
ସେହିପରି ଦିନକରେ ଦେଶରେ ୪୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୮୪କୁ ବୃଦ୍ଧି ପାଇଛି। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୦କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)