Advertisment

ଆପାର୍ଟମେଣ୍ଟରେ ଲାଗିଲା ନିଆଁ, ୭ ମୃତ

ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
A level 3 fire broke out in 20 storeys Kamala building near Mumbai’s Bhatia hospital in Tardeo.

A level 3 fire broke out in 20 storeys Kamala building near Mumbai’s Bhatia hospital in Tardeo.

ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । କିଛି ଲୋକଙ୍କୁ ବିଲ୍ଡିଂରୁ ତଳକୁ ଓହ୍ଲା ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ଗୁରୁତ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ୩୦ରୁ ଏହି ଅଗ୍ନିକାଣ୍ଡ ହୋଇଥିଲା, ୨୦ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Advertisment

ଏନେଇ ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି, "ଆଜି ସକାଳେ ନିଆଁ ଲାଗିଯାଇଥିଲା। ସର୍ବପ୍ରଥମେ ଆଖପାଖର ଲୋକମାନେ ବିଲ୍ଡିଂରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଯାହାହା ପରେ ସ୍ଥାନୀୟ ଲୋକ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ନିଆଁ ଲିଭାଇବା କାମ ଜାରି ରହିଛି । ଏହି ଘଟଣାରେ ଧୂଆଁ ଯୋଗୁଁ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଏହାସହ ସେ କହିଛନ୍ତି ଯେ, ଦୁର୍ଘଟଣାରେ ୬ ଜଣ ବୟସ୍କ ବ୍ୟକ୍ତିଙ୍କ ଅକ୍ସିଜେନ୍‌ ଅଭାବ ଥିବାରୁ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ଆୟତ୍ତ କରାଯାଇଛି ହେଲେ ଅତ୍ୟାଧିକ ଧୂଆଁ ରହିଛି ବୋଲି କହିଛନ୍ତି ମେୟର କିଶୋରୀ ପେଡନେକର ।

Fire In Mumbai Mumbai Building Fire Incident
Advertisment
Advertisment