Advertisment

ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର: ସୁପ୍ରିମକୋର୍ଟ

ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Supreme Court

Supreme Court

ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇଛନ୍ତି। ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର। ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ(ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ହିନ୍ଦୁ ମହିଳା ଓ ବିଧବାଙ୍କୁ ସମ୍ପତ୍ତି ଅଧିକାର ସମ୍ବନ୍ଧିତ ଥିଲା)ର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Advertisment

ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର। ଯଦି, ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ‘ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱ-ଅର୍ଜିତ ସମ୍ପତ୍ତି ଅଥବା ପାରିବାରିକ ସମ୍ପତ୍ତି ଭାଗବଣ୍ଟା ବେଳେ ମିଳିଥିବା ସମ୍ପତ୍ତିକୁ ତାଙ୍କର ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟା ଯିବ।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେନି। ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି। ଯଦି, ଏହା ନମିଳେ ତେବେ ଝିଅ ଏଥିପ୍ରତି ଦାବି କରିପାରିବେ। ୨୦୧୮ ମସିହାରେ ଏସଂକ୍ରାନ୍ତୀୟ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ। 

Advertisment

Supreme Court
Advertisment
Advertisment