/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642730962.jpg)
Dried ginger for health
ବିଶେଷ ଭାବରେ ଶୀତଋତୁରେ ଶୁଣ୍ଠୀ ର ପ୍ରୟୋଗ କରାଯାଇ ଥାଏ l ଶୁଣ୍ଠୀ ଗୋଟିଏ ଗରମ ଜିନିଷ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ l ତେବେ ଚାଲନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ ।
Advertisment
- ଶୁଣ୍ଠୀରେ ପ୍ରଚୁର ପରିମାଣରେ ଆଇରନ , କ୍ୟାଲସିୟମ,ମଗ୍ନେଶୀୟମ,ଫାଇବର,ସୋଡିୟମ, ଭତାମିନ ଏ ଓ ସି, ଜିଙ୍କ, ଫୋଲେଟ ଫ୍ୟାଟି ଏସିଡ ଗୁଣ ରହିଛି ।
- ମୁଣ୍ଡ ବିନ୍ଧ ସମୟରେ ଶୁଣ୍ଠୀର ପ୍ରୟୋଗ କରାଯାଇଥାଏ ଯଦି ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଚି ତେବେ ଶୁଣ୍ଠୀ ଗୁଣ୍ଡର ଲେପ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
- ଶୀତଋତୁରେ ସାଧାରଣତଃ ସର୍ଦି ଓ କାଶ ଲାଗି ରହିଥାଏ । ଯେଉଁ କାରଣରୁ ତଣ୍ଡା ଓ ସର୍ଦି ଲାଗି ରହିଥାଏ । ଏହି ସମୟରେ ଶୁଣ୍ଠୀ ସେବନ କରିବା ଆବଶ୍ୟକ । ଆପଣ ଶୁଣ୍ଠୀ ଗୁଣ୍ଡ ଚା ରେ ମଧ୍ୟ ପକାଇ ନିୟମିତ ଶୀତଋତୁରେ ସେବନ କରି ପାରିବେ ।
- ଶୀତଋତୁରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଧିକ ଦେଖା ଯାଇଥାଏ । ଯଦି ଏପରି ସମସ୍ୟା ଦ୍ୱାରା ଆପଣ ଭୋଗ କରୁଛନ୍ତି ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରି ଉଷୁମ ପାଣି ପିଅନ୍ତୁ ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିବ ।
- ଯଦି ଆପଣଙ୍କ ଓଜନ ଅଧିକ ବୃଦ୍ଧି ହେଉଛି ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରନ୍ତୁ । ତେଣୁ ଆପଣ ନିୟମିତ ଭାବରେ ଶୁଣ୍ଠୀ ଗୁଣ୍ଡ ସହିତ ଉଷୁମ ପାଣି ସକାଳୁ ସେବନ କରନ୍ତୁ । ଏହାଦ୍ୱାରା ଓଜନ ହ୍ରାସ ହୋଇଥାଏ ।
Dried ginger for healthAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)