Advertisment

ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ଆସନ୍ତା ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ।

author-image
Chandan Shishu
ଅଦ୍ୟତନ ହୋଇଛି
Subhash Chandra Bose

Subhash Chandra Bose

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି। ଆଜି ଏହି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଗେଟ୍‌ରୁ ଅମର ଯବାନ ଜ୍ୟୋତିକୁ ଜାତୀୟ ସମର ସ୍ମାରକୀରେ ବିଲୟ କରିବା ପରେ ସେଠି ରହିବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି।

Advertisment

ଆଜି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ।

Advertisment

ଏହି ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଗ୍ରାନାଇଟରେ ତିଆରି ହୋଇଛି ବିଶାଳ ପ୍ରତିମୂର୍ତ୍ତି। ଯାହାର ନିର୍ମାଣ ସମାପ୍ତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ସେ ପର୍ଯ୍ୟନ୍ତ ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଲାଗିବ। ଯାହାର ଫଟୋ ବି ଟ୍ୱିଟ୍ କରାଯାଇଛି।

୧୮୯୭ ଜାନୁଆରୀ ୨୩ ତାରିଖ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତାଙ୍କ  ପରିବାରରେ ଥିଲେ ୧୪ ଜଣ ସଦସ୍ୟ। ତାଙ୍କ ବାପାଙ୍କ ନାଁ ଜାନକୀ ନାଥ ବୋଷ ଓ ମା’ଙ୍କ ନାଁ ପ୍ରଭାବତୀ। କଟକର ଜଣେ ପ୍ରସିଦ୍ଧ ଓକିଲ ଭାବେ ଜାନକୀ ନାଥ ବେଶ୍‌ ପରିଚିତ ଥିଲେ। ପ୍ରାରମ୍ଭରେ ସେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସ୍ୱାଧୀନ ଭାବେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। 

Netaji Jayanti India Gate Subhash Chandra Bose
Advertisment
Advertisment