ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।
ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ।
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର ।
ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର ।
ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି ।
‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।
‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି।
ବ୍ରେନ୍ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି।
ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି ।
ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ କ’ଣ କହିବେ ଦୀପାଳି ।
ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି ଜୟ ନାରାୟଣ ।
ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।
ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।
ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍ ରଙ୍ଗ ନମ୍ବରରୁ ଆସେ କଲ୍
ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।
ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?
ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର ।
ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି ।
ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ଲଢ଼ିଲେ ଭଲ ହେବ ଏବଂ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ସୁର କହିଛନ୍ତି ।
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।
ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ ।