Advertisment

ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍‌ ମ୍ୟାଲେରିଆ ଔଷଧ, ଚିକିତ୍ସା କ୍ଷେତ୍ରରେ ବଡ଼ ଅସ୍ତ୍ର ସାଜିବା ନେଇ ଆଶା

ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brain Malaria Medicine In Odisha

Odisha Institute of Life Sciences discovers vaccine for brain malaria

ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱର ର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି। ILSର ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମ୍ ଏହି ଔଷଧ ବାହାର କରିଛନ୍ତି। 

Advertisment

ପ୍ରାରମ୍ଭିକ ଭାବେ ମୂଷାରେ ଏହି ଔଷଧର ସଫଳ ପ୍ରୟୋଗ ହୋଇଛି। ଖୁବ୍‌ଶୀଘ୍ର ମଣିଷ ଶରୀରରେ ଏହାର କ୍ଲିନିକାଲ୍‌ ଟ୍ରାଏଲ ଆରମ୍ଭ ହେବ। ଏହି ଔଷଧର ମାନ ପରୀକ୍ଷଣ ସଫଳ ହେଲେ ବ୍ରେନ୍‌ ମ୍ୟାଲେରିଆ ଓ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା ପାଇଁ ବଡ ଅସ୍ତ୍ର ଭାବେ କାମ କରିବ। ILS ବୈଜ୍ଞାନିକଙ୍କ ସଫଳତା ନେଇ ସାପ୍ତାହିକ ବୈଜ୍ଞାନିକ ପତ୍ରିକା ନେଚର୍‌ରେ ସନ୍ଦର୍ଭ ପ୍ରକାଶିତ ହୋଇଛି। 

ସେପଟେ ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ମାଡ଼ୁଛି ଜାପାନିଜ ଏନସେଫାଲାଇଟିସ। ଗତକାଲି ରାତିରେ କନ୍ୟାଶ୍ରମର ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି।

Advertisment

ସୋର ମେଡିକାଲରେ ୧୪ଜଣ ଓ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ୧୭ ଜଣଙ୍କର ଚିକିତ୍ସା ଚାଲିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆକ୍ରାନ୍ତମାନଙ୍କ ଦେହ ହାତ ଫୁଲିଯିବା ସହ ଜ୍ୱର ଓ କାଶ ହେଉଛି। 

Brain Malaria In Odisha
Advertisment
Advertisment