Advertisment

ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, ଶୁଣନ୍ତୁ...

ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD MLA Bijay Shankar Das Girlfriend Somalika Gets Threat Call

Somalika Das

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ତାଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ ଧମକ ଅଭିଯୋଗ । ତାଙ୍କୁ ଫୋନ୍ ଯୋଗେ କେହି ଜଣେ ଅଜଣା ବ୍ୟକ୍ତି ଘଟଣାର ସମାଧାନ କରିବାକୁ କହୁଥିବା ନେଇ ଅଭିଯୋଗ କରିଛନ୍ତି ସୋମାଲିକା । ସଂପୃକ୍ ବ୍ୟକ୍ତିଙ୍କ ଫୋନ କଲକୁ ରେକର୍ଡ କରି ଗଣମାଧ୍ୟମକୁ ଦେଇଛନ୍ତି । ଏ ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ତେବେ ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

Advertisment

ଦୁଇ ଦିନ ପୂର୍ବେ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ ସୋମାଲିକା ଦାସ । ଜୟ ନାରାୟଣ ମିଶ୍ରଙ୍କୁ ସେ ଭେଟିବା ସହ ତାଙ୍କ ଅଭିଯୋଗର ତଦନ୍ତ ଠିକ ବାଟରେ ହେଉନାହିଁ ବୋଲି ସୋମାଲିକା କହିଥିଲେ । ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକ ବିଜୟ ଶଙ୍କର ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି କହିଥିଲେ ସୋମାଲିକା ।

ତାହା ସହ ସେ ଆହୁରି କହିଥିଲେ ଯେ, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି ।

Advertisment

BJD Jaynarayan Mishra Bijay Shankar Das
Advertisment
Advertisment