Advertisment

ସଫେଇ କର୍ମଚାରୀଙ୍କ ମହତପଣିଆ: ୩ ଲକ୍ଷ ଟଙ୍କାର ସୁନା ଚେନ୍‌ ପାଇ ଫେରାଇ ଦେଲେ

ସୁନା ଚେନ୍‌ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍‌ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BMC Sanitation Worker Returns Gold Chain

BMC sanitation worker shows humanity, returns gold chain

ଆଜିର ଦୁନିଆରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ସେଠି ପର ଲୋକ ଆପଣାଇବା କଥା ନକହିବା ଭଲ। ହେଲେ ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏବେବି ମହାନତା, ମାନବିକତା ବଞ୍ଚିଛି। ଲୋଭକୁ ପଛରେ ପକାଇ କିଛି ପାଇବା ଆଶାରେ ନୁହେଁ ବରଂ ଲୋକଙ୍କୁ ସହାୟତା ପାଇଁ କିଛି ବ୍ୟକ୍ତି ଆଗେଇ ଆସୁଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି। ସୁନା ଚେନ୍‌ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। 

Advertisment

ଲୋଭର ବଶବର୍ତ୍ତୀ ନହୋଇ ସୁନା ଚେନ୍‌ ଫେରାଇ ଦେଇଥିବା ବିଏମ୍‌ସି ରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୂଚନା ଅନୁସାରେ, ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟରରେ ଅଳିଆକୁ ଅଲଗା ଅଲଗା କରିବା ବେଳେ ପୂଜାରାଣୀ ପ୍ରାୟ ୩ ଲକ୍ଷ ଟଙ୍କାର ଏକ ସୁନା ଚେନ୍‌ ପାଇଥିଲେ। ମାତ୍ର ଏଥିପ୍ରତି ଲୋଭ ନ ରଖି ସେ ସୁନା ଚେନ୍‌କୁ ଫେରାଇ ଦେଇଥିଲେ।

ଦେଖନ୍ତୁ ଭିଡିଓ | ମହତପଣିଆରେ ଟପିଗଲେ ଆମ୍ୱୁଲାନ୍ସ ଡ୍ରାଇଭର୍, ଫେରାଇଲେ ଟଙ୍କା, ସୁନା ଥିବା ବ୍ୟାଗ

Advertisment

ଯେଉଁ ବ୍ୟକ୍ତିଙ୍କର ଚେନ୍ ହଜିଥିଲା ସେ ଚେନ୍‌ଟି ପାଇବା ପରେ ବେଶ୍‌ ଖୁସି ପ୍ରକାଶ କରିଛନ୍ତି।

BMC Gold Chain Sanitation Workers
Advertisment
Advertisment