Advertisment

୨୦୨୩-୨୪ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Budget 2023

Budget 2023

ବିଧାନସଭାରେ ୨୦୨୩ -୨୦୨୪ ପାଇଁ ବଜେଟ୍ ଉପସ୍ଥାପନ ହୋଇସାରିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାନ କରିଛନ୍ତି । ତେବେ ଏଥର ବଜେଟ୍‌ରେ ଅନେକ ନୂଆ ଦିଗ ଉପରେ ନଜର ରଖାଯାଇଛି । ଅନେକ ନୂଆ ଦିଗକୁ ସରକାର ଗୁରୁତ୍ୱ ଦେଇଥିବା ଦେଖାଯାଇଛି । ଏନେଇ ପୂର୍ବରୁ ମଧ୍ୟ ଆଲୋଚନା ହେଉଥିଲା । ତେବେ ଆସନ୍ତୁ ଜାଣିବା ଏଥର ବଜେଟ୍‌ରେ ନୂଆ କ’ଣ ?

Advertisment

ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥର ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି, ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି  ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।

ସେହିଭଳି ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟି  ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି , ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି , ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ଏବଂ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ କରାଯାଇଛ ।

Advertisment

ଅନ୍ୟପଟେ ଏଥର କୃଷି କ୍ଷେତ୍ର ପାଇଁ ରାଜ୍ୟ ବଜେଟ୍‌ରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ, କାଳିଆ ସହାୟତା ପାଇଁ ୧୮୭୯ କୋଟି, OUATରେ କୃଷି ଗବେଷଣା ପାଇଁ ୧୬୬ କୋଟି , ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି , ମହିଳା SHGଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି , ଛତୁ-ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ,ନଦୀ ଉପରେ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ଓ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ସେହିଭଳି ୧ ଲକ୍ଷ ନଳକୂପ ପାଇଁ ୪୧୯୮ କୋଟି ଖର୍ଚ୍ଚ କରାଯିବାକୁ ଥିବା ବେଳେ ବିଜୁ କୃଷକ ଯୋଜନାରେ ୧୫୦୦ ସେଚ ପ୍ରକଳ୍ପ ପାଇଁ ୪୦୦ କୋଟି , ସେଚ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି , ୪୫୦ ଚେକ୍ ଡ୍ୟାମ୍ ପାଇଁ ୧୮୧ କୋଟି , ଚାଷୀଙ୍କୁ ସୁଧ ରିହାତି ପାଇଁ ୮୩୬ କୋଟି , ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୬ଶହ କୋଟି ଓ ମିଲେଟ ମିଶନ ପାଇଁ ୪୯୭ କୋଟି ବ୍ୟୟବରାଦ କରାଯାଇଛି ।

Odisha Budget Odisha Politics Budget
Advertisment
Advertisment