Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: FBI ସହାୟତା ଲୋଡ଼ିଲେ ଓଡ଼ିଶା ସରକାର

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FBI Help Sought For Probe Into Naba Das Murder Case Says Odisha CM

Naba Das murder: FBI help sought for probe into Naba Das murder case says Odisha CM

ମନ୍ତ୍ରୀ ନବ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ଗୃହରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି।

Advertisment

‘ଯେହେତୁ FBI ଆଚରଣ ବିଶ୍ଲେଷଣରେ ନିପୁଣ, ତେଣୁ ସେଥିପାଇଁ ସେମାନଙ୍କ ବିହେଭିୟୋରାଲ୍ ସପୋର୍ଟ ୟୁନିଟ ସହ ଯୋଗାଯୋଗ କରାଯିବା ସହ ଏ ଦିଗରେ ସହଯୋଗ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଗୃହରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜାନୁଆରୀ ୨୯ ତାରିଖରେ ଏଏସ୍ଆଇ ଗୋପାଳ ଦାସଙ୍କ ଗୁଳିରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହେବା ପରେ ଘଟଣାର ଗୁରୁତ୍ୱକୁ ଦେଖି ସେହି ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ତଦନ୍ତରେ ସ୍ୱଚ୍ଛତା ପାଇଁ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଥିବା ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

Advertisment

ସେପଟେ ନବ ଦାସ ହତ୍ୟା ମାମଲାରେ ଗୃହରେ ବିବୃତି ରଖିବା ବେଳେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ହତ୍ୟା ଘଟଣାରେ ରାଜ୍ୟର ପୁରା ପୋଲିସ ଫୋର୍ସ ଉପରେ ରାଜ୍ୟ ବିଜେପି ନେତା ପ୍ରଶ୍ନ ଉଠାଇବା ତାଙ୍କୁ ବିବ୍ରତ କରିଛି। ରାଜ୍ୟ ବିଜେପି ପାଖରେ ଆଉ କୌଣସି ପ୍ରସଙ୍ଗ ନଥିବାରୁ ଅଯଥାରେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛି। ଜଣେ ପୋଲିସ ପାଇଁ ପୁରା ଫୋର୍ସକୁ ଦୋଷୀ କରାଯିବା ଦୁର୍ଭାଗ୍ୟଜନକ। ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେବ। ଏଭଳି କରି ରାଜ୍ୟ ବିଜେପି ଓଡିଶାର ସମସ୍ତ ଯୁବପିଢିଙ୍କୁ ଅପମାନିତ କରୁଛି। ଏଥିପାଇଁ ଓଡ଼ିଶାବାସୀ କ୍ଷମା ଦେବେନାହିଁ।’

‘ପୋଲିସ ଫୋର୍ସ ଉପରେ ପ୍ରଶ୍ନ ଉଠାଇବା ଅର୍ଥ ରାଜ୍ୟର ୯୦ ହଜାର ପୋଲିସ, ହୋମଗାର୍ଡ ଏବଂ ସେମାନଙ୍କ ପରିବାର ପ୍ରତି ଅପମାନ। ଉଚ୍ଚ ସାମ୍ବିଧାନିକ ପଦରେ ଥାଇ ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଦୁର୍ଭାଗ୍ୟଜନକ ଏବଂ ଏହା କେବେବି ଗ୍ରହଣୀୟ ନୁହେଁ। ଏଭଳି ଲଜ୍ଜାଜନକ ଆଚରଣ ପାଇଁ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବନାହିଁ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

CM Naveen Patnaik Naba Das Minister Naba Das
Advertisment
Advertisment