Advertisment

ଦିନେ ଲୋକଙ୍କୁ ବୁଲିବୁଲି କରୁଥିଲେ ସାହାଯ୍ୟ...ଏବେ ଭେଣ୍ଟିଲେଟରରେ....

ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Once Messiah For the Needy Now Admitted In Bhubaneswar Hospital

berhampur Social Worker

ଦିନେ ସାହା ହେଉଥିଲେ, ଆଜି ସାହାରା ଖୋଜୁଛନ୍ତି । ଯିଏ ଅନ୍ୟକୁ ମେଡିକାଲରେ ପହଞ୍ଚି ସାହାଯ୍ୟ କରୁଥିଲେ ଆଜି ସିଏ ନିଜେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ମେଡିକାଲ ବେଡ୍‌ରୁ ସାହାଯ୍ୟ ମାଗୁଛନ୍ତି । 

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କଇଠ ସାହିର ବିଦେଶୀ ପ୍ରଧାନ । ଯାହାଙ୍କୁ ସିଲୁ ଭାଇ ନାରେ ସମସ୍ତେ ଜାଣନ୍ତି । ମାତ୍ର ୨୭ ବର୍ଷ ବୟସ ହୋଇଥିଲେ ବି ବୁଲିବୁଲି ଲୋକଙ୍କ ସେବା କରିବା ତାଙ୍କର ଧର୍ମ । ରକ୍ତଦାନ ହେଉ କିମ୍ବା କାହାକୁ ସାହାଯ୍ୟ ହେଉ...ସବୁଥିରେ ସିଲୁ ଆଗରେ । କିଏ ଅସୁବିଧାରେ ଅଛି ଶୁଣିବା ମାତ୍ରେ ସାଙ୍ଗେ ସାଙ୍ଗେ ସାହାଯ୍ୟ ପାଇଁ ପହଞ୍ଚି ତାଙ୍କୁ ସାହାଯ୍ୟ କରନ୍ତି...

ହେଲେ ଗତ ୧୦ ତାରିଖ ଦିନ ସିଲୁଙ୍କ ପରିବାରକୁ ଦୁଃଖର କଳାବାଦଲ ଯେମିତି ଘୋଡେଇ ଦେଲା । ହଠାତ୍ ଅସୁସ୍ଥ ହୋଇପଡ଼ିଲେ ସିଲୁ । ଅସୁସ୍ଥ ପରେ ପରିବାର ଲୋକେ ପ୍ରଥମେ ଜଗନ୍ନାଥପ୍ରସାଦ ମେଡ଼ିକାଲ ପରେ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଭୁବନେଶ୍ୱର ରେ ଥିବା ଏକ ଘରୋଇ ମେଡିକାଲରେ ଭର୍ତ୍ତି କଲେ।

Advertisment

ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ ।ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ସବୁ କଥା ଜାଣିବା ପରେ ସିଲୁଙ୍କୁ ସାହାଯ୍ୟ ପାଇଁ ଜଗନ୍ନାଥପ୍ରସାଦ ବିଡିଓ ବିଜୁ ସ୍ୱାସ୍ଥ୍ୟ କାର୍ଡ କରାଇ ଦେବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଦେଇଛନ୍ତି ପ୍ରତିଶ୍ରୁତି।

ସିଲୁଙ୍କ ଏପରି ଦୁରବସ୍ଥା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଂଚଳର ଲୋକ ବି ସାହାଯ୍ୟ କରିବା ସହିତ ସିଲୁ କେମିତି ସୁସ୍ଥ ହେବେ ସେନେଇ ଭଗବାନଙ୍କୁ କରୁଛନ୍ତି ପ୍ରାର୍ଥନା। ତେବେ ଦର୍ଶକବନ୍ଧୁ ଯିଏ ସମସ୍ତଙ୍କୁ ସାହାଯ୍ୟ କରନ୍ତି...ଆଜି ସିଏ ବିଛଣାରେ ପଡିଛନ୍ତି। ତେବେ ଆପଣମାନଙ୍କ ଶ୍ରଦ୍ଧା, ଭଲପାଇବା ଏବଂ ସ୍ନେହ ସିଲୁଙ୍କୁ ନିଶ୍ଚୟ ଭଲ କରିଦେବ...

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଞ୍ଜନଗର)

Social Worker Hospital
Advertisment
Advertisment