/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677226721.jpg)
Hockey player Birendra Lakra
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । କମିଶନରେଟ ପୋଲିସ ପକ୍ଷରୁ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦିଆଯାଇଛି । ଏଥି ସହିତ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ପୋଲିସ କହିଛି ।
ମୃତ୍ୟୁ ଆତ୍ମହତ୍ୟାଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି ପୋଲିସ ସ୍ପଷ୍ଟ କରିଛି । ପୂର୍ବରୁ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।
ଏହି ମୃତ୍ୟୁ ଘଟଣାରେ ବୀରେନ୍ଦ୍ର ଲାକ୍ରା ଓ ଜଣେ ବାନ୍ଧବୀଙ୍କ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ ତାଙ୍କ ବାପା । ଏନେଇ ହାଇକୋର୍ଟରେ ଅପିଲ ପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବର୍ତ୍ତମାନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି ।
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।
ସୂଚନା ଅନୁସାରେ, ଭୁବନେଶ୍ୱର ଇନଫୋସିସ୍ ଥାନା ଅଞ୍ଚଳର ଏକ ଫ୍ଲାଟ୍ରେ ବୀରେନ୍ଦ୍ର ଓ ଆନନ୍ଦ ରହୁଥିଲେ । ମନଜିତ୍ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବୀରେନ୍ଦ୍ର, ମନଜିତ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ତାଙ୍କ ବାପା ବନ୍ଧନା ଅଭିଯୋଗ କରିଥିଲେ । ଫେବ୍ରୁଆରୀ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା । ହେଲେ ଏହାକୁ ଆତ୍ମହତ୍ୟାର ରୂପ ଦେଇ କଥାକୁ ଚପାଇ ଦିଆଯାଇଛି ବୋଲି କୁହାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)