/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676961344.jpg)
Dibyashankar Mishra
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଏଥର ବାହା ହେବାକୁ ନେଇ ଚର୍ଚ୍ଚା । ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆ ରେ ଖବର ଭାଇରାଲ ହେଉଛି । ଦିବ୍ୟଶଙ୍କର ତାଙ୍କ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।
Advertisment
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ
ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)