• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିସ୍ଫୋରକ ବୟାନ ଦେଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ଗୁରୁବାର ନବ ଦାସ ହତ୍ୟାକାଣ୍ଡ ଓ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ସେ ଓଡ଼ିଶା ପୋଲସର ସ୍ଥିତି ଏବେ କ’ଣ ରହିଛି ସେନେଇ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଓଡ଼ିଶା ପୋଲିସରେ ଏବେ ଅନେକ ଗୋପାଳ ରହିଛନ୍ତି । ଓଡ଼ିଶା ପୋଲିସକୁ ସୃଙ୍ଖଳିତ ନକରାଗଲେ ଆଗକୁ ଅନେକ କ୍ଷତି ହୋଇପାରେ ।

ତେବେ ଓଡ଼ିଶା ପୋଲିସରେ ଅନେକ ଗୋପାଳ ରହିଥିବା କହିଛନ୍ତି ପ୍ରକାଶ । ଓଡ଼ିଶା ପୋଲିସରେ ଏବେ ଆଉ ଶୃଙ୍ଖଳା ନାହିଁ । ଓଡ଼ିଶା ପୋଲିସରେ ଏବେ ଚେନ୍ ଅଫ୍ କମାଣ୍ଡ କିଛି ନାହିଁ । ଡିଜିଙ୍କୁ କେହି ମାନୁନାହାନ୍ତି, ଏସପି ତାଙ୍କ ନିଜ ହିସାବରେ ଗଲେଣି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି । ଏବେ ଯେଉଁ ସିଷ୍ଟମ ଚାଲିଛି, ସେଥିରେ ଅନେକ ଗୋପାଳ ବାହାରିବେ । ଏବେ ପୋଲିସ ହାତରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯଦି ଓଡ଼ିଶା ପୋଲିସକୁ ଡିସିପ୍ଲିନ କରାନଯାଏ, ଭୟଙ୍କର ଘଟଣା ଘଟିପାରେ । ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଅଯଥା ହସ୍ତକ୍ଷେପ କରାନଯାଉ, ପୋଲିସରେ ଶୃଙ୍ଖଳା ଅଣାଯାଉ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରକାଶ ମିଶ୍ରଙ୍କ ବଡ଼ ପ୍ରଶ୍ନ, ନବ ଦାସଙ୍କ ମତ୍ୟୁ ସମୟକୁ କାହିଁକି ଲୁଚାଗଲା ?

ଅନ୍ୟପଟେ  ନବ ଦାସ ହତ୍ୟା ପ୍ରସଙ୍ଗରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ବଡ଼ ପ୍ରଶ୍ନ କରିଛନ୍ତି । ପ୍ରକୃତ ମୃତ୍ୟୁ ସମୟ କାହିଁକି ଲୁଚା ଗଲା ବୋଲି ପ୍ରଶ୍ନ କରିଛନ୍ତି । ‘ନବ ଦାସଙ୍କ ଛାତିରେ ଗୁଳି ବାଜି ଆରପଟେ ବାହାରି ଯାଇଥିବା କୁହାଯାଉଛି । ଏମିତିକି ଖବର ଅନୁସାରେ ଏପର୍ଯ୍ୟନ୍ତ ସେ ଗୁଳିଟି ମିଳିପାରିନାହିଁ । ହୃତପିଣ୍ଡରେ ଗୁଳି ବାଜିଲେ କିଛି ମିନିଟ ଭିତରେ ମୃତ୍ୟୁ ଘଟିବ । କିନ୍ତୁ ଭୁବନେଶ୍ୱରରେ ରାତି ୮ଟାରେ ନବ ଦାସଙ୍କ ମୃତ୍ୟୁ ଘଟିଥିବା କୁହାଗଲା । ମୃତ୍ୟୁ ଘୋଷଣାରେ ବିଳମ୍ବ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ । ଏହା ପଛରେ କି ଷଡ଼ଯନ୍ତ୍ର ରହିଛି ? ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ ମିଶ୍ର । ମୃତ୍ୟୁ ସମୟ ଲୁଚାଯିବା ଏକ ଗର୍ହିତ ଅପରାଧ । IPC ୨୦୧ରେ ତାହା ଅପରାଧ ବୋଲି ବିବେଚନା କରାଯାଏ ।

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ବିହେଭିୟରାଲ ଷ୍ଟଡି ପାଇଁ FBI ସହାୟତା ନିଆଯିବ କୁହାଯାଉଛି । ବିହେଭିୟର ଷ୍ଟଡିରେ ସେ କାହିଁକି ମାରିଲା ତାହା ଜଣାପଡ଼ିବ ନାହିଁ । ଯେଉଁଠି ୫/୭ ଜଣଙ୍କୁ ସନ୍ଦେହ କରାଯାଏ, ସେଠି ଏହି ଷ୍ଟଡି ହୁଏ । ସନ୍ଦିଗ୍ଧଙ୍କ ଆଚରଣକୁ ତର୍ଜମା କରି ଅପରାଧୀକୁ ଧରାଯାଇଥାଏ । ଏ କ୍ଷେତ୍ରରେ ତ ଗୋପାଳ ଅପରାଧୀ ବୋଲି ଚିହ୍ନଟ ହୋଇସାରିଛି । ସେ କାହିଁକି ମାରିଲା, ତାହା ନାର୍କୋ ଟେଷ୍ଟରୁ ଜଣାପଡ଼ିବ । ନାର୍କୋ ଟେଷ୍ଟରେ କଣ ରିପୋର୍ଟ ଆସିଛି, ତାହା ତ ଜଣାପଡ଼ିନି । ଏଠି ସବୁ ତ ବିଶ୍ୱସ୍ତରୀୟ ହେଉଛି, ସେଥିପାଇଁ ବୋଧେ FBI ସହାୟତା ନିଆଯାଉଛି ବୋଲି କହି ତାତ୍ସଲ୍ୟ କରିଛନ୍ତି ପ୍ରକାଶ ମିଶ୍ର ।