/odishatv-khabar/media/post_attachments/uploadimage/library/16_9/16_9_0/____1676878213.jpg)
DGP Sunil Bansal still mum on late minister Naba Das assassination case
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି। ଏନେଇ ଗୋପାଳ ଦାସର ସମସ୍ତ ଟେଷ୍ଟ ରିପୋର୍ଟ କେବେ ଆସିବ ? ଏପର୍ଯ୍ୟନ୍ତ ଆସିଥିବା ରିପୋର୍ଟରେ କ’ଣ ରହିଛି ? ସେନେଇ ଆଜି ପଚରାଯାଇଥିବା ପ୍ରଶ୍ନର ଉତ୍ତର ନେଇ ଚୁପ୍ ରହିଥିଲେ ପୋଲିସ୍ ଡିଜି। ଆସନ୍ତାକାଲି ହେବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ପୋଲିସ ଡିଜି ଆଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନବ ଦାସ ହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ଏସବୁକୁ ପୋଲିସ ଡିଜି ଏଡାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଓଡ଼ିଶା ପୋଲିସରେ ଆଉ କେତେ ଗୋପାଳ ? ଖୋଜିବା ଅଭିଯାନ ଆରମ୍ଭ..
ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହା ପୂର୍ବରୁ ବିଧାନସଭାର ସୁପରିଚାଳନା ପାଇଁ ଆଜି ସର୍ବଦଳୀୟ ବୈଠକ ବସିଛି । ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏହି ବୈଠକରେ ରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଏମ୍ ବିଧାୟକ ଲକ୍ଷ୍ଣଣ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ସୁରୁଖୁରୁରେ ଗୃହ ପରିଚାଳନା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ନବ ଦାସ ହତ୍ୟା, ଆଇନ ଶୃଙ୍ଖଳା ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଇପାରନ୍ତି ବିରୋଧୀ । ତେଣୁ ଆଶା କରାଯାଉଛି, ପୁରା ଅଧିବେଶନରେ ଗୃହ ସରଗରମ ରହିବ।
ସେପଟେ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହୋଇଛି। ପୋଲିସ ଡିଜି ସୁନୀଲ ବଂଶଲ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଚଳିତ ବର୍ଷ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଦୁଇଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଜଣ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨ ଶହ ଜଣ କନଷ୍ଟେବଲ ମୁତୟନ କରାଯିବ। ବିଧାନସଭା ଅଧିବେଶନ ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରୁଥିବାରୁ ସେମାନଙ୍କ ଉପରେ ମଧ୍ୟ ପୋଲିସର ନଜର ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)