ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।
ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନର ତୃତୀୟ ଦିନ, ରାଜଧାନୀରେ ଜାରି ରହିଛି ହଜାର ହଜାର ଶିକ୍ଷକଙ୍କ ଗର୍ଜନ ।
ଲିଟୁ..ତୁମେ ତୁରନ୍ତ ଫେରିଆସ... ତମେମାନେ ମୋ ଗର୍ଭକୁ ନଷ୍ଟ କରିଦେଇଛ.. ତୁମକୁ ରିକ୍ୱେଷ୍ଟ କରୁଛି ତୁରନ୍ତ ଫେରିଆସ.. ନ ହେଲେ ସବୁ ସିକ୍ରେଟ୍ ସ୍ପ୍ରେଡ୍ କରିଦେବି..
କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।
ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା
ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?
ଗାଁ ପାଖରେ ବିଷାକ୍ତ କାରଖାନା ନକରିବାକୁ ଦାବି ।
ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି ।
ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।
ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ ।
ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।
ଅର୍ଚ୍ଚନା ହନିଟ୍ରାପରେ ନେତାଙ୍କ ସଂପୃକ୍ତି ନେଇ ତେଜିଲା ରାଜନୀତି । ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ବିଜେପିର ହଲ୍ଲାବୋଲ ।
ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା ।
କରୋନା ମହାମାରୀ ପୂର୍ବରୁ ନୁଆଗାଁ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହୁଥିଲା, କିନ୍ତୁ କରୋନା ପରେ ଆଉ ଟ୍ରେନ ଷ୍ଟେସନରେ ରହୁ ନ ଥିବାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ରେଲବାଇ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ବାଧ୍ୟ ହୋଇ ଗତକାଲି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ସ୍ଥାନୀୟ ବାସିନ୍ଦା ରେଳରୋକୋ କରିଥିଲେ l
ଗାଡ଼ି ସାମ୍ନାରେ ଶୋଇଲେ। ପ୍ରବଳ ଗହଳି ଜନଅସନ୍ତୋଷ ଭିତରେ ଚାଲିଚାଲି ଗଲେ ଜିଲ୍ଲାପାଳ। ଦେଖନ୍ତୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଏ ଘଟଣା
ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍ର ପସରା ମେଲି ବିକ୍ରି କରିବାକୁ ଲାଗିଲେ।
ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ରାସ୍ତା ଉପରେ ବସିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।
ସ୍ତ୍ରୀର ମାନ୍ୟତା ଦାବି କରି ଧାରଣାରେ ପ୍ରାୟ ୧୦ ଦିନ ହେଲା ବସି ରହିଛନ୍ତି ଦୀପିକା ।
ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।
ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ..ଗୋଟିଏ ପଟେ ବିଜେବି କଲେଜ ସାମ୍ନାରେ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ର ସଂଗଠନର ଅହୋରାତ୍ର ଧାରଣା, ଅନ୍ୟପଟେ ଏ ପ୍ରସଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା