Advertisment

‘ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ, କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟ ଆସିବା ପରେ ନିଶ୍ଚୟ କହିବି’

ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ କ’ଣ କହିବେ ଦୀପାଳି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Don't Politicise My Father's Death: Naba Das Daughter

Dipali Das

ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା । କହିଲେ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରାଯାଉ । ଜଣେ ଜଜ୍‌ଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଏହାସହ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ତାଙ୍କର ଭରସା ଅଛି ବୋଲି କହିଛନ୍ତି ଦୀପାଳି ଦାସ । ଅନ୍ୟପଟେ ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ନଆସିବା ଯାଏ ସେ କିଛି କହିପାରିବେନି । ଆଉ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଆସିଲା ପରେ ସେ ନିଶ୍ଚିତ କିଛି କହିବେ ବୋଲି କହିଛନ୍ତି । ତେବେ ଦୀପାଳିଙ୍କ ଏଭଳି ବୟାନ ପରେ ଲୋକଙ୍କ ମନରେ ଅଧିକ ସନ୍ଦେହ ବଢ଼ିଛି । ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ କ’ଣ କହିବେ ଦୀପାଳି ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା: ଓଟିଭି ହାତରେ ଏକ୍ସକ୍ଲୁସିଭ୍‌ ଫଟୋ

ସେପଟେ ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିଜେପି ପକ୍ଷରୁ ନବ ଦାସ ହତ୍ୟା ମାମଲା ନେଇ ଧାରଣା ଦିଆଯାଇଛି। ବିଧାନସଭା ପ୍ରବେଶ ପଥରେ ବିଜେପି ନେତା ମାନେ ପ୍ଲାକର୍ଡ ଧରି ନାରା ବାଜି କରିଥିଲେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ ଏବଂ 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ। 

Advertisment

ସେ ସିଧା ସିଧା କହିଛନ୍ତି ‘ହତ୍ୟାର ୪ ଦିନ ପୂର୍ବରୁ 5T ସଚିବ, ପ୍ରଣବ ଦାସ କଣ କଥା ହୋଇଥିଲେ ଓ ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଣ କଥାବାର୍ତ୍ତା ହୋଇଥିଲା, ସେସବୁ ଜାଣିବା ପାଇଁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, କଲ ରେକର୍ଡ ଯାଞ୍ଚ ହେଉ । କିନ୍ତୁ ଏକଥା ଓଡ଼ିଶା କ୍ରାଇମବ୍ରାଞ୍ଚ କରିବ ନାହିଁ । ସେଥିପାଇଁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ ।’  ନବଦାସ ହତ୍ୟାକାଣ୍ଡକୁ ଏକ ସରକାରୀ ପ୍ରାୟୋଜିତ ହତ୍ୟା ବୋଲି କହିଛନ୍ତି ଜୟନାରାୟଣ ।

Naba Das
Advertisment
Advertisment