• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ନରସିଂହଙ୍କ ଟାର୍ଗେଟ । ରାଜ୍ୟରେ ଆଇନର ଶାସନ ନୁହେଁ ଜଙ୍ଗଲୀ ଶାସନ ଚାଲିଛି ବୋଲି ସେ ଆକ୍ଷେପ କରିଛନ୍ତି । ନବ ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସଂଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ୍‌ ଜରିଆରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ଦେବା ଦରକାର । ନବ ଦାସ ହତ୍ୟାକାଣ୍ଡ ହଠାତ ହୋଇନି । ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ ବଂର ବହୁଦିନର ଷଡ଼ଯନ୍ତ୍ର ବୋଲି କହିବା ସହ ନବ ଦାସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର ।

ସେପଟେ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ କରିନାହିଁ । ତେଣୁ କ୍ରାଇମବ୍ରାଞ୍ଚର ପାରିବା ପଣିଆ ଏଥିରୁ ଜଣାପଡ଼ୁଛି ବୋଲି ସେ କହିଛନ୍ତି । ସେହିପରି ନବ ଦାସ ହତ୍ୟା ଘଟଣା ରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି । ନରସିଂହଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର କି ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।