Advertisment

ପ୍ରକାଶ ମିଶ୍ରଙ୍କ ବଡ଼ ପ୍ରଶ୍ନ, ନବ ଦାସଙ୍କ ମତ୍ୟୁ ସମୟକୁ କାହିଁକି ଲୁଚାଗଲା ?

‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Prakash Mishra On Naba Das Murder Case

Prakash Mishra On Naba Das

ନବ ଦାସ ହତ୍ୟା ପ୍ରସଙ୍ଗରେ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ବଡ଼ ପ୍ରଶ୍ନ । ପ୍ରକୃତ ମୃତ୍ୟୁ ସମୟ କାହିଁକି ଲୁଚା ଗଲା ବୋଲି ପ୍ରଶ୍ନ କଲେ ପ୍ରକାଶ । କହିଲେ ଗୋପାଳ ଦାସକୁ ମାନସିକ ରୋଗୀ ପ୍ରମାଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ପାଗଳ ପ୍ରମାଣ ପାଇଁ ପ୍ରସିକ୍ୟୁସନ ପକ୍ଷରୁ ଚେଷ୍ଟା ଚାଲିଛି ।

Advertisment

ସେ ଆହୁରି କହିଛନ୍ତି, ‘ ନବ ଦାସ ଙ୍କ ଛାତିରେ ଗୁଳି ବାଜି ଆରପଟେ ବାହାରି ଯାଇଥିବା କୁହାଯାଉଛି । ଏମିତିକି ଖବର ଅନୁସାରେ ଏପର୍ଯ୍ୟନ୍ତ ସେ ଗୁଳିଟି ମିଳିପାରିନାହିଁ । ହୃତପିଣ୍ଡରେ ଗୁଳି ବାଜିଲେ କିଛି ମିନିଟ ଭିତରେ ମୃତ୍ୟୁ ଘଟିବ । କିନ୍ତୁ ଭୁବନେଶ୍ୱର ରେ ରାତି ୮ଟାରେ ନବ ଦାସଙ୍କ ମୃତ୍ୟୁ ଘଟିଥିବା କୁହାଗଲା । ମୃତ୍ୟୁ ଘୋଷଣାରେ ବିଳମ୍ବ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କଲେ ପ୍ରକାଶ । ଏହା ପଛରେ କି ଷଡ଼ଯନ୍ତ୍ର ରହିଛି ? ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ ମିଶ୍ର । ମୃତ୍ୟୁ ସମୟ ଲୁଚାଯିବା ଏକ ଗର୍ହିତ ଅପରାଧ । IPC ୨୦୧ରେ ତାହା ଅପରାଧ ବୋଲି ବିବେଚନା କରାଯାଏ ।

ଅଧିକ ପଢ଼ନ୍ତୁ: ‘ଏବେ ପୋଲିସ ପାଖରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଶୃଙ୍ଖଳିତ ନହେଲେ ବଡ଼ ଅଘଟଣ ଘଟିପାରେ’

Advertisment

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ବିହେଭିୟରାଲ ଷ୍ଟଡି ପାଇଁ FBI ସହାୟତା ନିଆଯିବ କୁହାଯାଉଛି । ଗୋପାଳ କାହିଁକି ମାରିଲା, ତାହା ସ୍ପଷ୍ଟ ହୋଇପାରୁନାହିଁ । ବିହେଭିୟର ଷ୍ଟଡିରେ ସେ କାହିଁକି ମାରିଲା ତାହା ଜଣାପଡ଼ିବ ନାହିଁ । ‘ଯେଉଁଠି ୫/୭ ଜଣଙ୍କୁ ସନ୍ଦେହ କରାଯାଏ, ସେଠି ଏ ଷ୍ଟଡି ହୁଏ । ସନ୍ଦିଗ୍ଧଙ୍କ ଆଚରଣକୁ ତର୍ଜମା କରି ଅପରାଧୀକୁ ଧରାଯାଇଥାଏ । ଏ କ୍ଷେତ୍ରରେ ତ ଗୋପାଳ ଅପରାଧୀ ବୋଲି ଚିହ୍ନଟ ହୋଇସାରିଛି । ସେ କାହିଁକି ମାରିଲା, ତାହା ନାର୍କୋ ଟେଷ୍ଟରୁ ଜଣାପଡ଼ିବ । ନାର୍କୋ ଟେଷ୍ଟରେ କଣ ରିପୋର୍ଟ ଆସିଛି, ତାହା ତ ଜଣାପଡ଼ିନି । ଏଠି ସବୁ ତ ବିଶ୍ୱସ୍ତରୀୟ ହେଉଛି, ସେଥିପାଇଁ ବୋଧେ FBI ସହାୟତା ନିଆଯାଉଛି ବୋଲି କହି ତାତ୍ସଲ୍ୟ କରିଛନ୍ତି ପ୍ରକାଶ ମିଶ୍ର ।

BJD BJP Congress Naba Das Odisha Politics Prakash Mishra
Advertisment
Advertisment