• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ ସିଧା ସଳଖ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଉଭୟଙ୍କର ମୋବାଇଲ କଲ୍ ରେକର୍ଡ ଯାଞ୍ଚ କରାଯାଉ । ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି ଜୟ ନାରାୟଣ ।

ଅଧିକ ପଢ଼ନ୍ତୁ: ‘ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ, କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟ ଆସିବା ପରେ ନିଶ୍ଚୟ କହିବି’

ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି । 5T ସଚିବ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତିକୁ ନେଇ ସନ୍ଦେହ କରିଛନ୍ତି । ଉଭୟଙ୍କ ନାଁ ନେଇ ଆରୋପ ଲଗାଇଛନ୍ତି ଜୟନାରାୟଣ ମିଶ୍ର ।

ସେ ସିଧା ସିଧା କହିଛନ୍ତି ‘ହତ୍ୟାର ୪ ଦିନ ପୂର୍ବରୁ 5T ସଚିବ, ପ୍ରଣବ ଦାସ କଣ କଥା ହୋଇଥିଲେ ଓ ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଣ କଥାବାର୍ତ୍ତା ହୋଇଥିଲା, ସେସବୁ ଜାଣିବା ପାଇଁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, କଲ ରେକର୍ଡ ଯାଞ୍ଚ ହେଉ । କିନ୍ତୁ ଏକଥା ଓଡ଼ିଶା କ୍ରାଇମବ୍ରାଞ୍ଚ କରିବ ନାହିଁ । ସେଥିପାଇଁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ ।’  ନବଦାସ ହତ୍ୟାକାଣ୍ଡକୁ ଏକ ସରକାରୀ ପ୍ରାୟୋଜିତ ହତ୍ୟା ବୋଲି କହିଛନ୍ତି ଜୟନାରାୟଣ ।