• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବେ କି ବିଜୟ ପଟ୍ଟନାୟକ ? କଂଗ୍ରେସ ରୁ ହେବେ କି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ? କଂଗ୍ରେସ ରେ ଯୋଗଦେବା ପରେ ଏବେ ଗୋଟି ଗୋଟି କରି ବରିଷ୍ଠ ନେତାଙ୍କୁ ଭେଟୁଛନ୍ତି ବିଜୟ । ଜଟଣୀ ବିଧାୟକ ସୁର ରାଉତରାୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ଦେଖା କରିଛନ୍ତି । ଆଜି ଉଭୟ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

ସାଧାରଣ ନିର୍ବାଚନ ପୂର୍ବରୁ ଏହି ଭେଟଘାଟ ଦଳକୁ ମଜବୁତ କରିବା ସହ ନିଜ ପ୍ରାର୍ଥୀତ୍ୱକୁ ନେଇ ପାଗ ଭିଡ଼ା ହେଉଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ଲଢ଼ିଲେ ଭଲ ହେବ ଏବଂ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ସୁର କହିଛନ୍ତି । ଅପରପକ୍ଷେ ଗତ କିଛି ଦିନ ଧରି ପୃଥ୍ୱୀବଲ୍ଲଭ BRSରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସେ ଏଥିରେ ପୂର୍ଣ୍ଣଛେଦ ଲଗାଇଛନ୍ତି । ସେ କଂଗ୍ରେସରେ ଅଛନ୍ତି ଆଉ ରହିବେ ବୋଲି କହିଛନ୍ତି ।