ବରେହିପାଣି, ଚହଲା, ଜରନ୍ଦା, ବାରହା କାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ।
ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି।
ଓଡ଼ିଶା ସମେତ ସାରା ଦେଶରେ ଗରିବୀ କମିଛି। ଲୋକଙ୍କ ପାଖକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପଠାଇଛନ୍ତି। ତେଣୁ ଓଡ଼ିଶାରେ ଓ ଦେଶରେ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି।
ସରକାରୀ ସ୍ତରରେ ଏମାନଙ୍କୁ ୠଣ କିମ୍ବା ପ୍ରୋତ୍ସାହନ ମିଳୁନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଝାଟିମାଟି ନୁଆଁଣିଆ ଘରେ ଜୀବନ କାଟୁଛନ୍ତି । କାହାରିକୁ ଆବାସ ଘରଟିଏ ବି ମିଳିନି ।
ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ ପାରଙ୍ଗମ।
ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।
ସକାଳ ହେଉ ହେଉ ଆଗ ପଛ ହୋଇ ଘରର ମହିଳା ପୁରୁଷ ବାହାରି ପଡ଼ନ୍ତି ଜାହାଡା ହଜକୁ । ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରନ୍ତି ।
ସ୍ୱତନ୍ତ୍ର ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ମୁଆଁ । ପରେ ଛାଞ୍ଚରେ ପକାଇ ତାକୁ ବିଭିନ୍ ଆକୃତିର ରୂପ ଦିଆଯାଇଥାଏ ।
ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ।
ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।
ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।
ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।
ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।
କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।
IPS ସ୍ତରରେ ଛୋଟଧରଣର ଅଦଳବଦଳ ।
ପାଣ୍ଡିଆନ୍ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ଦେବୀ ।