• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବଳ ଜାଡ଼ରେ ଜଡ଼ସଡ଼ ରାଜ୍ୟବାସୀ । ଖସୁଛି ପାରଦ, ଥରୁଛି ଓଡ଼ିଶା । ଶିମିଳିପାଳରେ ୧ ଡିଗ୍ରୀ ଯାଏଁ ତଳକୁ ଖସିଲା ପାରଦ । ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ ହୋଇଥିବା ଭିଡିଓ ଜାରି କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ବାରିପଦା ସହରର ତାପମାତ୍ରା ପ୍ରାୟ ୧୨ ଡିଗ୍ରୀ ରହିଥିବା ବେଳେ ଶିମିଳିପାଳର ବହୁ ଅଂଚଳରେ ତାପମାତ୍ରା ତଳକୁ ଖସୁଛି ।

ବରେହିପାଣି, ଚହଲା, ଜରନ୍ଦା, ବାରହକାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଶିମିଳିପାଳ ଉପର ବାରହା କାମୁଡ଼ା ଅଂଚଳରେ ସର୍ବନିମ୍ନ ୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ବନ ଅଧିକାରୀ। ଶିମିଳିପାଳ ସ୍ଥିତ ରାମତୀର୍ଥ ରେ ୧୧ ଡିଗ୍ରୀ, ଗୁଡୁଗୁଡ଼ିଆ ୮ ଡିଗ୍ରୀ, କିଆଝରି ୧୦ ଡିଗ୍ରୀ, ଚହଲା ୩ ଡିଗ୍ରୀ, ବରେହିପାଣି ୧୦ ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଉପର ବାରହା କାମୁଡାରେ ଆଜି ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।

ସେପଟେ ରାଜ୍ୟରେ ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୁନ୍ଦରଗଡ଼ର କିରେଇରେ ୮.୩ ଡିଗ୍ରୀ ରାତ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଜି. ଉଦୟଗିରିରେ ୮.୪, ଫୁଲବାଣୀ ୮.୫, କୋରାପୁଟ ୯.୫ ଡିଗ୍ରୀରାଣୀତାଲ ୯.୬, ରାଉରକେଲାରେ ୯.୮ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୩.୨ ଓ କଟକରେ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଛି । ଅସହ୍ୟ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ...