Advertisment

‘ଓଡ଼ିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟରେ ଅଛନ୍ତି’

ଓଡ଼ିଶା ସମେତ ସାରା ଦେଶରେ ଗରିବୀ କମିଛି। ଲୋକଙ୍କ ପାଖକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପଠାଇଛନ୍ତି। ତେଣୁ ଓଡ଼ିଶାରେ ଓ ଦେଶରେ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Nityanand Rai

Nityanand Rai

ଓଡ଼ିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟରେ ଅଛନ୍ତି । ଆଜି କିଛି ଏଭଳି କହି ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଟାଗେର୍ଟ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଆସିବା ଅବସରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଯାହା ରିପୋର୍ଟ ମିଳୁଛି ସେଥିରୁ ଜଣାପଡ଼ୁଛି କି, ବିଧିବ୍ୟବସ୍ଥା ରାଜ୍ୟରେ କିଛି ଭଲ ନାହିଁ। ଲୋକେ ଭୟରେ ଏଠି ରହୁଛନ୍ତି । ଗତ ୯ ବର୍ଷରେ ଓଡ଼ିଶାର ବିକାଶ କେବଳ କେନ୍ଦ୍ର ସରକାରଙ୍କ ପାଇଁ ସମ୍ଭବ ହୋଇଛି।

Advertisment

ଓଡ଼ିଶା ସମେତ ସାରା ଦେଶରେ ଗରିବୀ କମିଛି। ଲୋକଙ୍କ ପାଖକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପଠାଇଛନ୍ତି। ତେଣୁ ଓଡ଼ିଶାରେ ଓ ଦେଶରେ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି। ୨୪ ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସେପଟେ ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସଂସଦରେ ଆତତାୟୀ ପଶି ଯାଉଛନ୍ତି। ତେଣୁ କେନ୍ଦ୍ର ସରକାର ଆଗ ସେ ସବୁ କଥା ସମ୍ଭାଳନ୍ତୁ ବୋଲି କହି ପାଲଟା ସମାଲୋଚନା କରିଛନ୍ତି ।

Odisha Union Minister Nityanand Rai
Advertisment
Advertisment