ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା ।
୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।
ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ ।
୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।
ICAR, NRRI (ନ୍ୟାସ୍ନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି।
ଆଜି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଆଗାମୀ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ ।
ରାଜ୍ୟରେ ବିଜେପି କଂଗ୍ରେସକୁ ସୁରକ୍ଷା ଦେଉଛି । ଏଥିସହ ମିଛ ଓ ମନଗଢ଼ା କଥା କହି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି କହିଛି ବିଜେଡି।
ଖୁବ୍ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ ।
ରାଜ୍ୟ ଓ ବାହାର ରାଜ୍ୟର ରୋଗୀ ହନ୍ତସନ୍ତ । ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ମେଡିକାଲ ।
ପାରାଦୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ଏହାର ଓଜନ ୩ କୁଇଣ୍ଟାଲରୁ ଅଧିକ ରହିଛି ।
୧୧ ଦିନ ହେଲାଣି କ୍ରିଉ ମେମ୍ବରଙ୍କୁ ଅଟକ ରଖି ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ନିମ୍ନ ଭାଗ ଯାଞ୍ଚ କରିଛନ୍ତି ।
ଜମିବାଡ଼ି ବିବାଦରୁ ବାପପୁଅଙ୍କୁ ଏସିଡ ମାଡ଼.... ଦୁଇ ଗୁରୁତର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ...ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି...
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏହା ଅନ୍ଧାରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି ।
ମୋଟ ଟଙ୍କା ୩୪୮ କୋଟି । କେବଳ ବଲାଙ୍ଗିରରୁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ଆଲମିରା ଭର୍ତ୍ତି ଟଙ୍କା ।
ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । ତେବେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ ।
ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ?
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି
ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା ।
ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।
ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।
MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।
କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।
ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।