କଟକରେ ଆକ୍ସନ ମୋଡରେ CMC । ସହରର ବିଭିନ୍ନ ଛକ, ରାସ୍ତାକଡ ଓ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ ମାଂସ କଟା ଦୋକାନରେ ଚଢଉ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ସପ୍ତାହର ୩ ଦିନ ଅର୍ଥାତ ବୁଧବାର, ଶୁକ୍ରବାର, ଓ ରବିବାରରେ ସିଏମସି ପକ୍ଷରୁ କରାଯିବ ଏହି ଚଢ଼ଉ ।
ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏହାର ଜବାବ୍ ରଖିଥିଲେ । ଏହାପରେ ଆଜି ଆକ୍ସନ ମୋଡକୁ ଆସିଛି ସିଏମ୍ସି । ସହରରେ ଥିବା ୫ଟି ପଞ୍ଜିକୃତ କିଲଖାନରେ ମାଂସ କାଟିବାକୁ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ସିଏମସି ଡେପୁଟି କମିଶନର । ଏହି ନିୟମ ଉଲଂଘନ ହେଲେ ପୁଣି ଥରେ ଚଢଉ ହେବା ନେଇ କହିଛନ୍ତି ସିଏମସି ଡେପୁଟି କମିଶନର ।
Also Read
ଜଣେ ମାସଂ ଦୋକାନୀ କହିଛନ୍ତି, ମୁଁ କମିଲାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରୁଥିଲି। ସିଏମସିକୁ ଏନେଇ ମୁଁ ରସିଦ ଦେଖାଇଥିଲି। ହେଲେ ସେମାନେ ମୋ ରସିଦ ଦେଖି ନଥିଲେ। ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ନେଇ ଯାଇଥିଲେ। ଏପରି କରାଯାଇ ଆମ ଉପରେ ଜୁଲମ କରାଯାଉଛି।
- Reported by:
- DEBASHISH MOHANTY