Advertisment

‘ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ’

ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Dharmendra pradhan

Dharmendra pradhan

ଗାନ୍ଧି ପରିବାରର ATM ଥିଲେ ଧିରଜ ସାହୁ । ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଧିରେଜଙ୍କୁ ବ୍ୟବହାର କରୁଥିଲେ ଗାନ୍ଧି ପରିବାର। ଆଜି କିଛି ଏଭଳି ଢଙ୍ଗରେ କଂଗ୍ରେସ ସାଂସଦ ଧିରଜ ସାହୁଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏତେ ଟଙ୍କା କୁଆଡ଼ୁ ଆସିଲା ? ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ। ତେଣୁ ଏବେ ଆୟକର ବିଭାଗ ତଦନ୍ତ କରୁଛି, ସବୁ ସତ ପଦାକୁ ଆସିବ ବୋଲି ଦୋହରାଇଛନ୍ତି ଧର୍ମେନ୍ଦ୍ର।

Advertisment

ସେହିପରି ଧିରଜ ସାହୁ ପ୍ରସଙ୍ଗରେ ଅବକାରୀ ନୀତିକୁ ଦାୟୀ କଲେ ଧର୍ମେନ୍ଦ୍ର। ଏ ଟଙ୍କା କାହାର, ଏହାର ଲାଭାର୍ଥୀ କିଏ ଥିଲେ ପଚାରିଲେ ଧର୍ମେନ୍ଦ୍ର। ଯେଉଁମାନେ ଏହାର ଲାଭାର୍ଥୀ ଥିଲେ, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ୨/୩ଟି ରାଜ୍ୟର ଅବକାରୀ ନୀତିର ନିର୍ଦ୍ଧାରକ ଥିଲେ ଧିରଜ ସାହୁ। ଓଡ଼ିଶାରୁ ଏତେ ଟଙ୍କା ମିଳିବା ପଛରେ ଅବକାରୀ ନୀତି ହିଁ କାରଣ। ଦୁର୍ନୀତିର ଉଈ ଲାଗିଥିବା ଓଡ଼ିଶାର ଅବକାରୀ ନୀତି ହିଁ କାରଣ। ଯେଉଁମାନେ ଏଥିରେ ସଂଶ୍ଳୀଷ୍ଟ, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେପଟେ ଆୟକର ରେଡ୍‌କୁ ନେଇ ଗତକାଲି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିଲେ ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁ। ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇ, ନିଜ ପକ୍ଷ ରଖିଲେ ଧୀରଜ । କହିଲେ ଜବତ ହୋଇଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଟଙ୍କା । ସେଗୁଡ଼ିକ ମୋ ପାରିବାରିକ ବ୍ୟବସାୟର ଟଙ୍କା ଏବଂ ମୁଁ ଏବେ ବ୍ୟବସାୟରେ ନାହିଁ । ଆୟକର ବିଭାଗ ଆଗରେ ମୋ ପରିବାର ଲୋକେ ଜବାବ ରଖିବେ ।

Advertisment

ମୋ ପରିବାର ଶହେ ବର୍ଷ ହେବ ମଦ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟରେ ସବୁ ନେଣଦେଣ ନଗଦ ଟଙ୍କା ବା କ୍ୟାଶ୍ ଆକାରରେ ହୋଇଥାଏ । ତେଣୁ ଏସବୁ ସେହି ଟଙ୍କା । ଏହା ନିଶ୍ଚିତ ଯେ, ଏହି ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସଂପର୍କ ନାହିଁ । ବିଜେପିର କଳାଧନ ଠୁଳ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା କଳା ଟଙ୍କା ନା ଧଳାଟଙ୍କା ତାହା ଆୟକର ବିଭାଗକୁ କହିବାକୁ ଦିଆଯାଉ ।

Congress MP Dharmendra Pradhan Union Minister IT Raid
Advertisment
Advertisment