/odishatv-khabar/media/post_attachments/uploadimage/library/16_9/16_9_0/IT_raid_1702710780.jpg)
IT raid
ରାଜ୍ୟର ମଦ ବ୍ୟବସାୟର ସାମ୍ରାଜ୍ୟ ଉପରେ ଥମୁନି ଆୟକର ବିଭାଗର ରେଡ୍ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଗତକାଲି ରେଡ୍ କରିଛି ଆୟକର ଟିମ୍। ଶକ୍ତି ମଲଟେୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ରେଡ୍ ହୋଇଥିଲା । ଆଜି ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢଉ ଜାରି ରହିଛି।
Advertisment
ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି। କମ୍ପାନୀ ସରକାରୀସ୍ତରରେ ମୁଖ୍ୟତଃ ୪ଟି କାର୍ଯ୍ୟ ଯଥା ବ୍ଲିଣ୍ଡିଙ୍ଗ, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଂ ପାଇଁ ଅନୁମତି ପାଇଛି। ଏହି କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)