/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738428561.jpg)
Odisha Rera Rule
ଗତ ୨୦୨୩ ଜୁନ୍ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି । ବର୍ତ୍ତମାନର ଅଧିନିୟମ ସତ୍ତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି । ସେହିସବୁ ଆପାର୍ଟମେଣ୍ଟ ଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ତ୍ୱେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ । ଏ ନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି । ଆଜି ଗୃହ ଓ ନଗର ଉନୟନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟକାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲ ଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ଦାଇତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀମାନେ ଯଥାଶୀଘ୍ର ପଡି ରହିଥିଵା ଅପିଲ ମାମଲା ଗୁଡିକୁ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହର ଗୁଡ଼ିକୁ ବିକାଶର କେନ୍ଦ୍ରଭାବରେ ପରିଣତ କରିବା, ସହରଗୁଡ଼ିକର ସୃଜନଶୀଳ ପୁନଃବିକାଶ ଏବଂ ଜଳ ଏବଂ ପରିମଳ ଉଦ୍ଦେଶ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି ରହିଛି ।
ସହରାଞ୍ଚଳ କ୍ଷେତ୍ରରେ ସଂସ୍କାର:
ଶାସନ ପୌର ସେବା, ସହରାଞ୍ଚଳ ଜମି ଏବଂ ଯୋଜନା ସହିତ ଜଡିତ ସହରାଞ୍ଚଳ କ୍ଷେତ୍ର ସଂସ୍କାରକୁ ପ୍ରୋତ୍ସାହିତ କରାଯିବ ।ସହରାଞ୍ଚଳ ଜୀବିକାକୁ ସୁଦୃଢ଼ କରିବା ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ ଯାହା ଦ୍ୱାରା ସେମାନଙ୍କର ଆୟ ବୃଦ୍ଧିପାଇବ । ଏହାଦ୍ୱାରା ସ୍ଥାୟୀ ଜୀବିକା ଏବଂ ଉନ୍ନତ ଗୁଣବତ୍ତା ଜୀବନଯାପନ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)