• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭି. କାର୍ତ୍ତିକେୟନ ପାଣ୍ଡିଆନ ଲଢ଼ିବେନି ନିର୍ବାଚନ । ଏନେଇ ସୂଚନା ଦେଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ପାଣ୍ଡିଆନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଦେବୀ । କିନ୍ତୁ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ।

 

ଅନ୍ୟପଟେ ଆଜି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା । ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଉଠାଇବ ଦଳ ।

ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ଅଭିଯୋଗ ସହ ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିବ ବିଜେଡି । ଏନେଇ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ସେହିପରି କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରହିବ ।

 

ଏଥିସହ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସ୍‌ଟି ବୋଝ ଦୂର, ଖାଉଟି ଦର ବୃଦ୍ଧି ଆଦି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋସିଆଲ ମିଡିଆକୁ ଅସ୍ତ୍ର କରିବ ବିଜେଡି । ବିରୋଧୀଙ୍କ ପାଖରେ ଇସ୍ୟୁ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ବକ୍ତବ୍ୟ ରଖିଛନ୍ତି । ଓଡ଼ିଶାର ଟ୍ରାନ୍ସଫର୍ମେସନ୍ ବିରୋଧୀଙ୍କ ପାଇଁ ବଡ ସକ୍ ହୋଇଛି । ଏପରିକି ତ୍ରୁଣମୂଳ ସ୍ତରରେ ଆମକୁ ଏହାର ମୁକାବିଲା କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।