Advertisment

Unique Ancient Coins: ପୁରୁଣା ମୁଦ୍ରା ସଂଗ୍ରହ ନିଶା ପାଇଁ ଚର୍ଚ୍ଚାରେ ଗଞ୍ଜାମର ଏ. ବ୍ରହ୍ମାନନ୍ଦ ଆଚାରୀ

ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର ମୁଦ୍ରା ଦିନେ ଦେଶରେ ବହୁଳ ପ୍ରଚଳିତ ଥିଲା । ସାମଗ୍ରୀ କିଣା ବିକା ସମୟରେ ଏହି କଏନ ଲୋକେ ବ୍ୟବହାର କରୁଥିଲେ ।

author-image
Deviprasad Jena
ଅଦ୍ୟତନ ହୋଇଛି
Old Rare Coins Collection

Old Coins Collection

ଦେଶରେ ବହୁ ବର୍ଷ ପୂର୍ବେ ପ୍ରଚଳିତ ସୁନ ପଇସା,ଏକ ପଇସା, ଦୁଇ ପଇସା ଭଳି ବହୁ ମୁଦ୍ରା କାଳକ୍ରମେ ବନ୍ଦ ହୋଇଯାଇଥିବା ବେଳେ ଏବେ ଏହି ମୁଦ୍ରା ସତେ ଯେମିତି ଇତିହାସ ପାଲଟି ଯାଇଛି । ପୂର୍ବରୁ ବ୍ୟବହାର ହେଉଥିବା ମୁଦ୍ରା ଗୁଡିକ ସାଧାରଣରେ ଦେଖିବା ସମ୍ଭବ ହେଉନଥିବା ବେଳେ ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର ମୁଦ୍ରା ଦିନେ ଦେଶରେ ବହୁଳ ପ୍ରଚଳିତ ଥିଲା । ସାମଗ୍ରୀ କିଣା ବିକା ସମୟରେ ଏହି କଏନ ଲୋକେ ବ୍ୟବହାର କରୁଥିଲେ ।

Advertisment

ଏହି କଏନ ଗୁଡିକ କାଳକ୍ରମେ ବନ୍ଦହେବା ସହ ଏବେ ଇତିହାସ ପାଲଟିଯାଇଛି ।  ପୂର୍ବରୁ ବ୍ୟବହାର ହେଉଥିବା ସବୁ କଏନର ଛବି ପାଠ୍ୟପୁସ୍ତକ ମାନଙ୍କରେ ରହିଥିବା ବେଳେ ଏବେ ସାଧାରଣରେ ଦେଖିବାକୁ ମିଳିବା କଷ୍ଟ ସାଧ୍ୟ ହେଉଛି । ହେଲେ ବନ୍ଦ ହୋଇସାରିଥିବା ବିଭିନ୍ନ ପ୍ରକାରର ମୁଦ୍ରାକୁ ସଂଗ୍ରହ କରି ଚର୍ଚ୍ଚାକୁ ଆସିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶୀ ବେହେରା ସାହି ବାସିନ୍ଦା ଏ. ବ୍ରହ୍ମାନନ୍ଦ ଆଚାରୀ । ସମାଜସେବୀ ଭାବେ ବ୍ରହ୍ମାନନ୍ଦ ବହୁ ସଚେତନତା କାର୍ଯ୍ୟକରି ଅଞ୍ଚଳରେ ବେଶ୍  ପରିଚିତ ଥିବାବେଳେ କଏନ ସଂଗ୍ରହ କ୍ଷେତ୍ରରେ ତାଙ୍କର ନିଶା ରହିଛି ।

ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି

Advertisment

ବହୁ ବର୍ଷ ପୂର୍ବେ ଦେଶରେ ପ୍ରଚଳିତ କଏନ ଓ ବହୁ ବିଦେଶୀ ମୁଦ୍ରା ବ୍ରହ୍ମାନନ୍ଦ ସଂଗ୍ରହ କରିଥିବାବେଳେ ଇତିହାସ ପାଲଟି ଯାଇଥିବା ମୁଦ୍ରା ଗୁଡିକୁ ଆଗାମୀ ପିଢ଼ି ମାନଙ୍କ ଆଗରେ ପ୍ରଦର୍ଶନୀ କରିବା ପାଇଁ ସେ ଆଶା ରଖିଛନ୍ତି । ବ୍ରହ୍ମାନନ୍ଦ ଙ୍କ ଏହି ନିଆରା ପ୍ରୟାସ କୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରଯାଉଥିବା ବେଳେ ସଂଗ୍ରହ କଏନ ପ୍ରଦର୍ଶନୀ ଲାଗି ସରକାରଙ୍କ ପକ୍ଷରୁ ବ୍ରହ୍ମାନନ୍ଦଙ୍କୁ ସୁବିଧା ସୁଯୋଗ ଯୋଗାଇବାକୁ ସାଧାରଣରେ ଦାବି ହେଉଛି । ଅପରପକ୍ଷରେ  ବଜାରରେ ବନ୍ଦ ହୋଇସାରିଥିବା ଏହି ସବୁ କଏନ ସବୁ ଦେଖିବା ପରେ ସତେ ଯେମିତି ପୁରୁଣା ଦିନର ସ୍ମୃତି ତାଜା ହୋଇଯାଉଛି । ସେଥିପାଇଁ ଏହି ପୁରୁଣା ମୁଦ୍ରାକୁ ଯିଏ ବି ଦେଖୁଛି ଘଡ଼ିଏ ଚାହିଁ ରହୁଛି ।  

ଅଧିକ ପଢ଼ନ୍ତୁ: ଡାକ୍ତର ହେବ ତ ଏମିତି; ଦେହରେ ଲାଗିଥିଲା ସଲାଇନ୍‌; ଜାରି ରଖିଥଲେ ରୋଗୀ ସେବା

Ganjam Polsara Old Coins
Advertisment
Advertisment