IPS ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି । IPS ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିଛି । ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ହେଲେ ବି. ରାଧିକା । SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ରାଧିକା । ଆଶିଷ ସିଂଙ୍କୁ OPHWCର CEO ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏସ୍ . ସାଇନିଙ୍କୁ CAW&CWର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
Also Read
ଅନ୍ୟପକ୍ଷରେ ୨୦୦୧ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ (BPSPA)ରେ ଆଇଜିପି (ଟ୍ରେନିଂ) ଥିବା ଏସ୍ ସାଇନିଙ୍କୁ Crime Against Women and Children Wing (CAW&CW)ର ଆଇଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ୨୦୦୪ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜିପି ଆଶିଷ କୁମାର ସିଂହଙ୍କୁ ଓଡ଼ିଶା ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ OPHWCର ସିଏମ୍ଡିଙ୍କୁ ରିପୋର୍ଟ କରିବେ। ସେ ଏବେ State Forensic Science Laboratory (SFSL)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।