Advertisment

BECIL Recruitment 2025: ପୂରଣ ହେବ ନର୍ସିଂ ଅଫିସର; ଜାଣନ୍ତୁ କେଉଁମାନେ କରିବେ ଆବେଦନ

BECIL ରେ ନର୍ସିଂ ଅଫିସର ପଦବୀ ପୂରଣ ହେବ। ଏନେଇ BECIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ, ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
BECIL Recruitment 2025 apply for 170 post

BECIL Recruitment 2025 apply for 170 post

ନର୍ସିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ନେଇ ଆସିଛି ଏହି ସୁଯୋଗ। ଆପଣ ଯଦି ଏହି ତାଲିକାରେ ଅଛନ୍ତି ତେବେ ସୁଯୋଗ ହାତ ଛଡା କରନ୍ତୁ ନାହିଁ। ଏନେଇ BECIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ BECIL ରେ ନର୍ସିଂ ଅଫିସର ପଦବୀ ପୂରଣ ହେବ। ଏନେଇ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୭୦ଟି ପଦବୀ ପୂରଣ ହେବ। ମନୋନୀତ ପ୍ରାର୍ଥୀ CAPFIMS, ମଇଦାନ ଗଢି, AIIMS, ନୂଆଦିଲ୍ଲୀରେ ପୋଷ୍ଟିଂ ହେବେ।

ଅଧିକ ପଢ଼ନ୍ତୁ: କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BECIL ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.becil.com/ କୁ ଯାଇ ଯାଞ୍ଚ କରିପାରିବେ। 

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ୨୨ ଜାନୁଆରୀ ୨୦୨୫
  • ଆବେଦନ ଶେଷ – ୦୪ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୯୨ଟି ପୋଷ୍ଟ୍‌
  • OBC – ୪୦ଟି ପୋଷ୍ଟ୍‌
  • SC – ୨୫ଟି ପୋଷ୍ଟ୍‌
  • ST – ୧୩ଟି ପୋଷ୍ଟ୍‌
  • ମୋଟ ପଦବୀ – ୧୭୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • B.Sc. (ଅନର୍ସ)ନର୍ସିଂ/ B.Sc. ନର୍ସିଂ ବା ସାଧାରଣ ନର୍ସିଂ ମିଡ୍‌ୱାଇଫେରୀରେ ଡିପ୍ଲୋମା
  • ୨ ବର୍ଷର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଓଡ଼ିଶା ପୋଲିସ୍‌ରେ ଚାକିରି; ପୂରଣ ହେବ ୯୦୦ରୁ ଅଧିକ ପଦବୀ

ଦରମା:

  • ସର୍ବନିମ୍ନ ଦରମା –୨୮, ୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୫୯୦ଟଙ୍କା
  • SC/ST/ EWS/PwBD/– ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • BECILର ଅଫିସିଆଲ୍ ବିଜ୍ଞପ୍ତିରୁ ଅଫ୍‌ଲାଇନ୍ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ବିବରଣୀ ଦେଇ ଫର୍ମ ପୂରଣ କରନ୍ତୁ
  • ଅଫ୍‌ଲାଇନ୍ ଫର୍ମରେ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ପ୍ରମାଣପତ୍ରର କପି ଯୋଡନ୍ତୁ
  • ସ୍ପିଡ୍ ପୋଷ୍ଟ ମାଧ୍ୟମରେ ନିମ୍ନ ଠିକଣାରେ ପଠାନ୍ତୁ

Broadcast Engineering Consultants India Limited (BECIL)
BECIL BHAWAN,
C-56/A-17, Sector-62,
Noida-201307 (U.P)

ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

BECIL Recruitment Job Search Job Seekers BECIL Jobs
Advertisment
Advertisment