Kolab
ନଦୀ ଭିତରେ ସେଲଫି ଉଠାଇବା ହେଲା କାଳ। ଡଙ୍ଗା ଓଲଟି ବୁଡିଗଲେ ୩ ଜଣ ନାବାଳକ। ତେବେ ସୌଭାଗ୍ୟବଶତଃ ଜଣେ ପହଁରି କୂଳକୁ ଫେରିଆସିଛି। ଅନ୍ୟ ଦୁଇ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। କୋରାପୁଟ ମାଛକୁଣ୍ଡ ଥାନା ଜୋଲାପୁଟ ଜଳ ଭଣ୍ଡାରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।
Advertisment
ନିଖୋଜ ଦୁଇ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର। ବହୁ ସମୟ ଧରି ଖୋଜା ଖୋଜି କରାଯାଇଥିଲେ ମଧ୍ୟ ଦୁଇ ଜଣଙ୍କ ପତ୍ତା ମିଳିପାରିନାହିଁ।
ସେପଟେ ଅନ୍ଧାର ହୋଇଯାଇଥିବାରୁ ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।
Advertisment
ଅଧିକ ପଢ଼ନ୍ତୁ : ‘ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ’
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)