Advertisment

ସୁନା ଶଙ୍ଖ କହି ବିକିଦେଲେ ପିତ୍ତଳ, ଲୁଟି ନେଲେ ୩ ଲକ୍ଷ...

ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Fraud

Fraud

ନକଲି ସୁନା ଶଙ୍ଖ ନାଁରେ ଠକେଇ। ୩ ଲକ୍ଷ ଟଙ୍କାର ଠକେଇ କରି ଧରାପଡ଼ିଛନ୍ତି ୪ ଅଭିଯୁକ୍ତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ପୁରୀ ଜିଲ୍ଲା ଅଲିବାଢ଼ ଗାଁର ରାଜେଶ ପଲାଇ ନାମକ ଜଣେ ଯୁବକ ଉମରକୋଟ ଏକାମା ଗାଁର ପଲ୍ଲଭଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି ।

Advertisment

ଉଭୟେ ଯେହେତୁ, ପୂର୍ବରୁ ଚିହ୍ନା ପରିଚିତ ତେଣୁ ଗତ ଅକଟୋବର ୧୮ ତାରିଖରେ ପଲ୍ଲଭ ପୁରୀ ଯାଇ ରାଜେଶ ସହ ନିଜ ଏକାମା ଗାଁକୁ ଆସିଥିଲା। ସେଠାରେ ରାଜେଶଙ୍କୁ ଏକ ସୁନା ଶଙ୍ଖ ଦେଖାଇଥିଲା ପଲ୍ଲଭ ଏବଂ ଏହି ଶଙ୍ଖକୁ ୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯିବ ବୋଲି ଆରମ୍ଭ କରିଥିଲେ ଯୋଜନା। ସେହି ଅନୁଯାୟୀ, ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ।

ସେହି ଟଙ୍କାରେ ପଲ୍ଲଭଠାରୁ ଶଙ୍ଖ କିଣି ଘରକୁ ଫେରିଥିଲେ। ପରେ ସେହି ଶଙ୍ଖ ସୁନାର ନୁହେଁ ବରଂ ପିତ୍ତଳର ବୋଲି ଜାଣିବା ପରେ ଗତ ନଭେମ୍ବର ୪ରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏହାର ତଦନ୍ତ କରି ଉମରକୋଟ ପୋଲିସ ଉମରକୋଟ ଶିବାଜୀନଗର ସାହିର ଛବିନ୍ଦ୍ର ସାହୁ, ଜାମଗୁଡା ଗାଁର ଗଣେଶ ପନକା, ଆମଗାଁ ଗାଁର କ୍ରିଷ୍ନା ପନକା, ମାଝୀଗୁଡା ଗାଁର ହୀରାସିଂ ହରିଜନଙ୍କୁ ଗିରଫ୍ କରିବା ସହ ୨ଟି ନକଲି ସୁନା ଶଙ୍ଖ, ନଗଦ ୪୦ ହଜାର ଟଙ୍କା, ଏକ କାର, ୨ଟି ଛୁରୀ, ଗୋଟିଏ ଡ୍ରିଲ ମେସିନ ଜବତ କରିଥିଲା।

Advertisment

Advertisment
Advertisment