/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742037581.jpg)
ରାଜଧାନୀରେ ହୋଲିରେ ହତ୍ୟା
ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ । ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ରଙ୍ଗ ଖେଳ ବେଳେ ହତ୍ୟାକାଣ୍ଡ । ୪ ଜଣ ଯୁବକ ଛୁରୀ ଭୁଷି ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଆଜି ଦ୍ୱି ପ୍ରହରରେ ହୋଲି ଖେଳୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ କଥା କଟାକଟି ହୋଇଥିଲା । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ୩ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି ।
Advertisment
ଅଧିକ ପଢ଼ନ୍ତୁ: ବନ୍ଧୁକ ଗୁଳିରେ ଚାଲିଗଲା ଫସଲ ଜଗିଥିବା ୧୨ ବର୍ଷୀୟ ଛାତ୍ରର ଜୀବନ
ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ତେବେ ହୋଲି ଖେଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)