ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।
ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି ।
ବାଲେଶ୍ୱରର ଔପଦା ଏବଂ ମାଲକାନଗିରିରେ ମାତିଲେ ସାରଥୀ ପ୍ରେମୀ ।
କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରେ ପ୍ରବେଶ ସହ କୌଣସି ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ କରିପାରିବ ନାହିଁ ବୋଲି ସାରଥୀକୁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।
ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।
ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।